ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ରେ ଛାତ୍ର-ଛାତ୍ରୀଙ୍କ ପାଠ ପଢା ଖୁବ୍ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ପିଲାଙ୍କୁ ଅନଲାଇନ୍ ପାଠ ପଢାରେ ଯୋଡି ରଖିବା ପାଇଁ ସରକାର ଏକ ବଡ ଯୋଜନା ଘୋଷଣା କରିଛନ୍ତି । ଏବେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏକ ଚ୍ୟାନେଲ ଲଞ୍ଚ କରିବେ ସରକାର । ମାନେ ୱାନ୍ କ୍ଲାସ-ୱାନ ଚ୍ୟାନେଲ ର ଶୁଭାରମ୍ଭ ହେବ । ଏହାର ସବୁଠାରୁ ଅଧିକ ଫାଇଦା ସେହି ସ୍ଥାନର ପିଲାମାନଙ୍କୁ ହେବ ଯେଉଁଠି ଏପର୍ଯ୍ୟନ୍ତ ଭଲ ଶିକ୍ଷାର ସୁବିଧା ପହଁଚି ପାରି ନାହିଁ । ସେଥିପାଇଁ ସରକାର ପିଏମ ଇ-ବିଦ୍ୟାକୁ ତୁରନ୍ତ ଲଞ୍ଚ କରିବାକୁ ଯାଉଛନ୍ତି ।
ଆର୍ଥିକ ପ୍ୟାକେଜର ଶେଷ କିସ୍ତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ଘୋଷଣା କରିଛନ୍ତି । ଏଥିରେ ଟେକ୍ନୋଲଜି ଡ୍ରିଭେନ ଏଜୁକେସନ ପାଇଁ ବି ପଦକ୍ଷେପ ଗ୍ରହଣ କରାଯାଇଛି । ସେହିଅନୁଯାୟୀ ପିଏମ ଇ-ବିଦ୍ୟାକୁ ତୁରନ୍ତ ଲଞ୍ଚ କରାଯିବ । ଏହି ପ୍ରୋଗ୍ରାମ ଡିଜିଟାଲ ବା ଅନଲାଇନ୍ ଶିକ୍ଷା ପାଇଁ ହେବ । ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ସ୍କୁଲ ଶିକ୍ଷା ପାଇଁ ଦୀକ୍ଷା ପ୍ରୋଗ୍ରାମ ହେବ । ଏଥିରେ ସମସ୍ତ ଶ୍ରେଣୀ ପାଇଁ ଇ-କଣ୍ଟେଟ ଏବଂ କ୍ୟୁଆର କୋଡ ରହିବ । ସେହିପରି ଭିନ୍ନକ୍ଷମଙ୍କ ପାଇଁ ବି ବିଶେଷ ଇ-କଣ୍ଟେଟ ପ୍ରସ୍ତୁତ କରାଯିବ । ସେହିଅନୁଯାୟୀ ଶୀର୍ଷ ୧୦୦ ବିଶ୍ୱବିଦ୍ୟାଳୟକୁ ଅନଲାଇନ୍ କୋର୍ସର ଶୁଭାରମ୍ଭ ପାଇଁ ମେ ମାସ ୩୦ ତାରିଖ ପର୍ଯ୍ୟନ୍ତ ଅନୁମତି ଦେଇ ଦିଆଯିବ ।
ପିଏମ ଇ-ବିଦ୍ୟା ବ୍ୟତିତ ମନୋଦର୍ପଣ ପ୍ରୋଗ୍ରାମ ବି ଶୁଭାରମ୍ଭ କରାଯିବ । ଏହା ଛାତ୍ରା-ଛାତ୍ରୀ,ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଅବିଭାବକଙ୍କ ମନୋବୈଜ୍ଞାନିକ ସପୋର୍ଟ ପାଇଁ ହେବ । ଏହା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ଭାବନାତ୍ମକକୁ ଦୃଢ କରିବା ପାଇଁ କରାଯିବ । ଏହାକୁ ତୁରନ୍ତ ଲଞ୍ଚ କରାଯିବ ।