ଭୁବନେଶ୍ୱର (ଏଟିଆର ବ୍ୟୁରୋ): ୧୬ ଡିସେମ୍ଭର ୨୦୧୨ । ପାଖାପାଖି ରାତି ୧୦ । ପୁରୁଷ ବନ୍ଧୁଙ୍କ ସହିତ ମା ମୁଁ ଯାଉଛି ବ୍ୟସ୍ତ ହ୍ରୁଅନି । ମୁଁ ଠିକ ଟାଇମରେ ପହଞ୍ଚିି ଯିବି । ଜମା ବ୍ୟସ୍ତ ଅୁଅନ୍ତି । ଆଜ୍ଞା ମତେ ଟିକେ ମୋ ଘର ପର୍ଯ୍ୟନ୍ତ ନେଇଯିବେ । ଝିଅଟି କହୁଥାଏ ତରତର ହୋଇ ଅଟୋବାଲାଙ୍କୁ । ହେଲେ କୌଣସି ବି ଅଟୋବାଲା ରାଜି ହୁଅନ୍ତିନି ଝିଅଟିର ଘର ରାସ୍ତା ଦେଇ ଯିବାକୁ । ସେତେବେଳକୁ ବ୍ୟସ୍ତ ଆଉ ବିବ୍ରତ ହୋଇ ପଡିଲାଣି ନିର୍ଭୟା । ସାଂଙ୍ଗରେ ଥାନ୍ତି ପୁରୁଷ ବନ୍ଧୁ । ଘରୁ ବାରମ୍ବାର ଫୋନକୁ ରାତି ବଢୁଛି । ଠିକ ଏହି ସମୟରେ ଏକ ଧଳା ରଙ୍ଗର ବସ ଆସି ଲାଗେ ନିର୍ଭୟାଙ୍କ ପାଖରେ । ନିର୍ଭୟାଙ୍କ ପରୁଷ ବନ୍ଧୁ ଓ ନିର୍ଭୟା ସେହି ବସରେ ଚଢିଗଲେ । ସେତେବେଳକୁ ଡ୍ରାଇଭରଙ୍କୁ ମିଶାଇ ବସରେ ଥାନ୍ତି ୬ ଜଣ । ସେମାନଙ୍କ ଭିତରେ ଥାଏ ଜଣେ ୧୫ ୧୬ ବର୍ଷର ନାବାଳକ । ପ୍ରଥମେ ସେହି ବସରେ ଥିବା ନର ରାକ୍ଷଶ ମାନେ ଆସି ଗାଳି ଗୁଲଜ କରିନ୍ତି ନିର୍ଭୟା ଏବଂ ତାଙ୍କ ବନ୍ଧୁଙ୍କୁ ।
ସେହି ପୁରୁଷ ବନ୍ଧୁଙ୍କୁ ଭୟ ଦେଖାନ୍ତି ସେହି ୬ ନର ରାକ୍ଷଶ ଆଉ । ଝାମ୍ଫି ପଡନ୍ତି ନିର୍ଭୟାଙ୍କ ଉପରେ । ଜଣଙ୍କ ପରେ ଜଣେ ମେଣ୍ଟାଇ ଚାଲନ୍ତି ଦେହର ଭୋକ । ତଥାପି ମନ ଶାନ୍ତି ହୁଏନି ରକ୍ତ ପିପାଶୁଙ୍କର ଏକ ରଡରେ ଆକ୍ରମଣ କରନ୍ତି । ଆଉ ବସରେ ଥିବା ନାବାଳକ ନିର୍ଭୟାଙ୍କ ସହିତ ଲୁହା ରଡରେ ଏମିତି କିଛି କରିଥିଲା ଯାହାକୁ ଶୁଣିଲେ ଲୋମମୁଳ ଟାଙ୍କୁରି ଉଠେ । ପୋଲିସ ପାଖକୁ ଖବର ଗଲା । ଶେଷରେ ଜୀବନ ଆଉ ମୃତ୍ୟୁ ସହିତ ୧୩ ଦିନର ସଂଗ୍ରାମ ପରେ ଆଖି ବୁଝନ୍ତି ନିର୍ଭୟା । ସେତେବେଳକୁ ସାରା ଦେଶରେ ତେଜିଥାଏ ଆନ୍ଦୋଳନ । ସବୁଆଡେ ସେହି ଗୋଟିଏ କଥା ନିର୍ଭୟାକୁ ନ୍ୟାୟ ମିଳୁ । ସାରା ଦେଶରେ ନିଆଁ ଜଳିଲା ଶେଷରେ ଗିରଫ ହେଲେ ସମସ୍ତ ୬ ଅଭିଯୁକ୍ତ । ସେମାନଙ୍କ ମଧ୍ୟରେ ଥିଲେ ଜଣେ ନାବଳକ । । ଆଉ ୫ ଜଣ ହେଲେ ରାମସିଂ , ବିନୟ ଶର୍ମା, ପୱନ ଗୁପ୍ତା , ମୁକେଶ ସିଂ, ଅକ୍ଷୟ ଠାକୁର । ସେମାନଙ୍କ ମଧ୍ୟରେ ମାତ୍ର ବର୍ଷକ ମଧ୍ୟରେ ରାମ ସିଂ ତିହାର ଜେଲରେ ଆତ୍ମହତ୍ୟା କରିଥିଲା ।
ଏହି ଭିତରେ ଆଇନର ବିଭିନ୍ନ ପ୍ରକ୍ରିୟା ମଧ୍ୟରେ ୭ ବର୍ଷ ବିତି ଗଲା ।
ଶେଷରେ ସବୁ ଘଟଣାର ଅନ୍ତଘଟି ୪ ଜଣ ଅଭିଯୁକ୍ତଙ୍କୁ ଜାନୁଆରୀ ୨୨ ତାରିଖରେ ସକାଳ ୭ଟାରେ ଫାଶୀ ଦିଆଯିବା ନେଇ ସମୟ ସ୍ଥିର ହେଲେ ଆଇନର ବିଭିନ୍ନ ଆଳ ଦେଖାଇ ଶେଷରେ ଏହି ତାରିଖକୁ ଘୁଞ୍ଚାଇବାରେ ସକ୍ଷମ ହେଲେ ଅଭିଯୁକ୍ତଙ୍କ ଓକିଲ । ପରେ ପୁଣି ଫେବୃଆରୀ ୧ ତାରିଖ ପାଇଁ ଜାରି ହେଲା ଡେଥ ୱାରେଣ୍ଟ । ତାକୁ ମଧ୍ୟ ଅଭିଯୁକ୍ତ ଟାଳିବାରେ ସକ୍ଷମ ହେଲେ । ଏହାପରେ ପୁଣି କୋର୍ଟ ମାର୍ଚ୍ଚ ୩ ତାରିଖ ପାଇଁ ଡେଥ ୱାରେଣ୍ଟ ଜାରିକଲେ । ଆଉ କିଛି ନ୍ୟାୟିକ ବିକଳ୍ପ ତାଙ୍କ ପାଖରେ ଥିବା ଦର୍ଶାଇ ଏହି ତାରିଖକୁ ମଧ୍ୟ ସେମାନେ ଘୁଞ୍ଚାଇ ଦେଇଥିଲେ । ଯାହାକୁ ନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏମିତି କି ଗତକାଲି ଅଭିଯୁକ୍ତଙ୍କ ଓକିଲ ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ପିଟିସନ ଦାଖଳ କରିଥିଲେ । ଯାହାକୁ ଗତକାଲି ହିଁ ଖାରଜ କରିଥିଲେ କୋର୍ଟ । ଶେଷରେ ସବୁ ପ୍ରତିକ୍ଷାର ଅନ୍ତ ଘଟାଇ ମାର୍ଚ୍ଚ ୨୦ ଅର୍ଥାତ ଆଜି ଫାଶୀରେ ଝୁଲିଛନ୍ତି ଏହି ୪ ଅଭିଯୁକ୍ତ