ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ମହିଳାଙ୍କ ପାଇଁ ‘ହର ସର୍କଲ’ ଡିଜିଟାଲ ନେଟୱର୍କିଂ ପ୍ଲାଟଫର୍ମ ଲଞ୍ଚ କଲେ ରିଲିଆନ୍ସ ଫାଉଣ୍ଡେସନର ଚେୟାରପର୍ସନ ନୀତା ଅମ୍ବାନୀ । ଏହି ପ୍ଲାଟଫର୍ମ ରେ ମହିଳାଙ୍କ ସହ ଜଡିତ କେଣ୍ଟେଟ ପ୍ରକାଶିତ ହେବ । ଏହାବ୍ୟତିତ ୟୁଜର୍ସଙ୍କୁ ସିଧା ସଳଖ ଏକ୍ସପର୍ଟଙ୍କ ସହ କଥା ହେବାର ସୁଯୋଗ ମିଳିବ ।
ଏହି ଅବସରରେ ନୀତା ଅମ୍ବାନୀ କହିଛନ୍ତି କି, ଯେତେବେଳେ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ସାହାରା ଦେଇଥାଏ ସେତେବେଳେ ଅବିଶ୍ୱସନୀୟ ଜିନିଷ ହୋଇଥାଏ । ମୁଁ ମୋର ପୁରା ଜୀବନ ମଜବୁତ ମହିଳାଙ୍କ ଘେରରେ ବିତାଇଛି, ଏବଂ ସେମାନଙ୍କଠାରୁ ମୁଁ ଦୟା ଓ ସକରାତ୍ମକତା ଶିଖିଛି । ମୁଁ ୧୧ ସଦସ୍ୟ ମହିଳାଙ୍କ ପରିବାରରେ ବଢିଛି, ଯେଉଁଠାରେ ମୋତେ ମୋ ନିଜ ଉପରେ ବିଶ୍ୱାସ କରିବା ଶିଖାଯାଇଛି । ମୋତେ ଖୁସୀ ଲାଗୁଛି କି ହର ସର୍କଲ ଡଟ୍ ଇନ୍ ମାଧ୍ୟମରେ ଲକ୍ଷାଧିକ ମହିଳାଙ୍କ ପାଇଁ ସମର୍ଥନ ଏବଂ ଏକତାର ଏକ ବିସ୍ତୃତ ସର୍କଲ କରିପାରିବୁ ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଏହା ୨୪ଞ୍ଚ୭ ଖୋଲାରହିବ । ଏଥିରେ ଲିଭିଙ୍ଗ, ୱେଲନେସ,ଫାଇନେସ, ଓର୍କ, ପର୍ସନାଲିଟି, କମ୍ୟୁନିଟି ସର୍ଭିସ , ବ୍ୟୁଟି,ଫ୍ୟାଶନ, ଏଣ୍ଟରଟେନମେଣ୍ଟ ଆଦି ସହ ଜଡିତ ଆର୍ଟିକିଲ ରହିବ ।