ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏକ ଜନସଭା ଜରିଆରେ ହେଉଥିବା ନାରାବାଜିକୁ ନେଇ ବୁଧବାର କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ରାଗି ଯାଇଛନ୍ତି । ଏହାସହିତ ଏହି ସଭାରେ ନାରାବାଜି କରୁଥିବା ଲୋକଙ୍କୁ କହିଛନ୍ତି କି ଯଦି ସେମାନେ ଶାନ୍ତ ନହୁଅନ୍ତି ତେବେ ତାଙ୍କୁ ଥପ୍ପଡ ମାରି ବାହର କରି ଦିଆଯିବ । ପ୍ରକୃତରେ ଗଡକରୀ ଯେଉଁ ଜନସଭାକୁ ସମ୍ବୋଧିତ କରୁଥିଲେ , ସେଥିରୁ କିଛି ଲୋକ ଅଲଗା ରାଜ୍ୟପକ୍ଷରେ ନାରାବାଜି କରିଥିଲେ । ଏହାପରେ ଗଡକରୀ ରାଗି ଯାଇଥିଲେ ।
ଜନସଭାରେ ଯେତେବେଳେ ଗଡକରୀ ଭାଷଣ ଦେବା ଆରମ୍ଭ କଲେ ସେହି ଭିଡରେ ସାମିଲ ଥିବା କିଛି ଲୋକ ନାରାବାଜି ଆରମ୍ଭ କରିଦେଇଥିଲେ । ଏହାସହିତ ସେହି ବ୍ୟକ୍ତିମାନେ ଜନସଭାରେ ସାମିଲ ଥିବା ସାମ୍ବାଦିକଙ୍କ ଉପରେ କାଗଜ ଫୋପାଡିଥିଲେ । ଏହାକୁ ଦେଖି ରାଗି ଯାଇଥିଲେ ଗଡକରୀ ।
ଗଡକରୀ କହିଥିଲେ କି , ଯଦି ପୁଣି ଥରେ ସେହି ବ୍ୟକ୍ତିମାନେ ହଙ୍ଗମା କରୁଛନ୍ତି ତେବେ ତାଙ୍କୁ ଥପ୍ପଡ ଲଗାନ୍ତୁ । ଏହାସହିତ ଚିଲାଇବା ବନ୍ଦ କରନ୍ତୁ । ନଚେତ୍ ଥପ୍ପଡ ବାଜିବ ଏବଂ ବାହାରକୁ ବାହାର କରି ଦିଆଯିବ ।
କିଛି ଦିନ ପୂର୍ବରୁ ଗଡକରୀ ଏକ ଅଜବ ବୟାନ ଦେଇ ଚର୍ଚ୍ଚାରେ ରହିଥିଲେ । ସେ କହିଥିଲେ କି ଦେଶରେ ମୂତ୍ରରୁ ୟୁରିଆ ନିର୍ମାଣ ହେବା ଉଚିତ୍ । ଯଦି ଏଭଳି ହୁଏ ତେବେ କୃଷିସାର ଆମଦାନୀ ର ଆବଶ୍ୟକ ପଡିବ ନାହିଁ ।