ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କେନ୍ଦ୍ରରେ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇନାହିଁ ଏନଡିଏ ଦଳର ସହଯୋଗୀ ଦଳ ଜେଡିୟୁ । ମୋଦିଙ୍କ ନିଷ୍ପତିକୁ ନା ପସନ୍ଦ କରିଛନନ୍ତି ନୀତିଶ କୁମାର । ମୋଦି ନିଜ ମନ୍ତ୍ରୀ ମଣ୍ଡଳରେ ଏନଡିଏ ସହଯୋଗିୀ ପ୍ରତ୍ୟକ ଦଳରୁ ଜଣେ ଲେକାଏଁ ନେତାଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବା ପାିଁ ନିଷ୍ପତି ନେଇଛନ୍ତି । ଯାହାକୁ ନା ପସନ୍ଦ କରିଛନ୍ତି ନିତୀଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହାକୁ ବିରୋଧ କରି ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବାକୁ ମନା କରିଛନ୍ତି ନିତୀଷ କୁମାର ।
ସେ ଆହୁରି ମଧ୍ୟ କହିଛନ୍ତି ମୋଦି ସମାନ ଚପ୍ରତିନିଧିତ୍ୱକୁ ଗୁରୁତ୍ୱ ଦେବା ଉଚିତ । କୌଣସି ଲୋକଙ୍କ ନାମରେ ବିହାରରେ ଏନଡିଏକୁ ଭୋଟ ମିଳିନାହିଁ ବୋଲି ନୀତିଶ କହିଛନ୍ତି । ଯାହା ଦ୍ୱାରା ସେ ବୁଲେଇ ବଙ୍କେଇ ମୋଦିଙ୍କୁ ଆକ୍ଷେପ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ ଏନଡିଏ ସହିତ ରହିବେ ବୋଲି ସ୍ପଷ୍ଟ କରିଥିଲେ ସୁଦ୍ଧା ତାଙ୍କର ଏହି ପ୍ରତିକ୍ରିୟା କିଛି ଅଲଗା ଦିଗକୁ ରହିଥିବା ଅନୁମାନ କରାଯାଉଛି ।
ଏମିତି କି ସେ ମୋଦିଙ୍କ କେନ୍ଦ୍ର ଉପରେ ପ୍ରଭାବ ବିସ୍ତାର କରିବା ପାଇଁ ଚେଷ୍ଟା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଚଳିତ ନିର୍ବାଚନରେ ବିହାରର ୪୦ ଟା ଲୋକସଭା ଆସନରୁ ବିଜେପି ୧୭ ଟି ଆସନ ଯାଇଥିବା ବେଳେ , ଜେଡିୟୁକୁ ୧୬ , ଲୋକଜନ ଶକ୍ତି ପାର୍ଟିକୁ ୬ ଓ କଂଗ୍ରେସକୁ ଗୋଟିଏ ଆସନ ମିଳିଛି ।