ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ବିପୁଳ ବିଜୟ ହାସଲ କରିବା ପରେ ଆସନ୍ତା ଫେବୃଆରୀ ୧୬ରେ ମୁଖ୍ୟମନ୍ତ୍ରୀ ଅରିବିନ୍ଦ କେଜ୍ରିୱାଲଙ୍କ ସମେତ ସବୁ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ ।
ବର୍ତ୍ତମାନ କେଜ୍ରିୱାଲଙ୍କ କ୍ୟାବିନେଟକୁ ନେଇ ଏକ ବଡ ଅନୁମାନ କରାଯାଉଛି । ସୂଚନା ଅନୂସାରେ ଏଥର କ୍ୟାବିନେଟରେ କୌଣସି ଅଦଳ ବଦଳ ହେବ ନାହିଁ ଅର୍ଥାତ୍ ପୂର୍ବରୁ ଯେଉଁମାନେ ମନ୍ତ୍ରୀ ପଦରେ ଥିଲେ ଏଥର ମଧ୍ୟ ସେମାନଙ୍କ ଉପରେ ହିଁ କେଜ୍ରିୱାଲ ଭରଷା କରିବେ । ମନ୍ତ୍ରୀ ମଣ୍ଡଳରେ ନୂଆ ମୁହଁ ଆସିବାର ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।
ଆସନ୍ତା ଫେବୃଆରୀ ୧୬ରେ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଅରିବିନ୍ଦ କେଜ୍ରିୱାଲଙ୍କ ସହିତ ମନୀଷ ସିସୋଦିଆ, ସତେନ୍ଦ୍ର ଜୈନ, ଗୋପାଲ ରାୟ, କୈଲାଶ ଗହଲୋତ, ଇମରାନ ହୁସେନ ଓ ରାଜେନ୍ଦ୍ର ପାଲ ଗୌମତ ରାମଲୀଲା ମୈଦାନରେ ଶପଥ ଗ୍ରହଣ କରିବେ ।