ହାଇଦ୍ରାବାଦ(ଏଟିଆର ବ୍ୟୁରୋ): ନିମନ୍ତ୍ରଣ କାର୍ଡରେ ପଦ୍ମଚିତ୍ର । ଆପଣମାନେ ନିଶ୍ଚୟ ଭାବୁଥିବେ କି ଏହା ଏକ ଦଳୀୟ ନିମନ୍ତ୍ରଣ କାର୍ଡ । ଆପଣଙ୍କ ଭାବନା ସମ୍ପୂର୍ଣ୍ଣ ଭୁଲ୍ । କାରଣ ଏହି କାର୍ଡଟି ଦଳୀୟ ନିମନ୍ତ୍ର କାର୍ଡ ନୁହେଁ ବରଂ ଏହା ଏକ ୱେଡିଙ୍ଗ କାର୍ଡ । ଆଜ୍ଞା ହଁ ବାହାଘର ପାଇଁ ଛପା ହୋଇଥିବା ନିମନ୍ତ୍ରଣ କାର୍ଡରେ ଭଗବାନଙ୍କ ଫଟୋ ସହିତ ବର-ବଧୂଙ୍କ ନାମ ଏବଂ ଭେନ୍ୟୁ ରହିବା ସାଧାରଣ କଥା । କିନ୍ତୁ ଏହି କାର୍ଡରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି । ଏହି କାର୍ଡ ମାଧ୍ୟରେ ହାଇଦ୍ରାବାଦର ମୁକେଶ ରାଓ ନାମକ ଜଣେ ୨୭ ବର୍ଷିୟ ଯୁବକ ନିଜ ବାହାଘରରେ ଅତିଥିଙ୍କ ଠାରୁ କୌଣସି ଉପହାର ଆଶା କରି ନାହାଁନ୍ତି, ବରଂ ସେ କେବଳ ଗୋଟେ ମାତ୍ର ଅନୁରୋଧ କରିଛନ୍ତି କି ଆଗାମୀ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୋଟ କରନ୍ତୁ ।
ତେଲେଙ୍ଗାନା ରହୁଥିବା ରାଓ ତାଙ୍କ ବାହାଘର କାର୍ଡରେ ଗୋଟେ ମେସେଜ ମଧ୍ୟ ଛପାଇଛନ୍ତି । ଯେଉଁଥିରେ ଲେଖାଅଛି, ‘୨୦୧୯ ଲୋକସଭା ନିର୍ବାଚନରେ ମୋଦିଙ୍କ ପାଇଁ ଭୋଟ ହିଁ ଆମର ଉପହାର’ । ଏହି ମେସେଜର ଦୁଇ ପାଶ୍ୱର୍ରେ ପଦ୍ମଫୁଲ ଛପା ଯାଇଛି ।
ତେଲେଙ୍ଗାନା ଷ୍ଟେଟ ପାୱାର କର୍ପୋରେଶନ ରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ କାମ କରୁଥିବା ରାଓଙ୍କ ବାହାଘର ଚଳିତ ମାସ ଫେବ୍ରୁଆର ୨୧ରେ ହେବାକୁ ଅଛି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବହୁ୍ତ ବଡ ପ୍ରଶଂସକ ।
ରାଓଙ୍କ କହିବାନୁଯାୟୀ, ‘ଆମେ ନିଜର ନିତିଦିନଆ କାର୍ଯ୍ୟରେ ବ୍ୟସ୍ତ ରହିଯାଉ ଏବଂ ସମୟ ବାହାର କରି ଦେଶ ପାଇଁ କାମ କାରିବା କଷ୍ଟ । କିଛି ନହେଲେ ମୋଦିଙ୍କ ସମର୍ଥନ ତ କରିପାରିବା ।’
ସେ ଆହୁରୀ ମଧ୍ୟ କହିଛନ୍ତି କି, ‘ସେଥିପାଇଁ ମୁଁ ନିଷ୍ପତି ନେଲି ଯେ ବାହାଘର ନିମନ୍ତ୍ରଣ କାର୍ଡରେ ମୋଦିଙ୍କ ପାଇଁ ଭୋଟ ର ଅନୁରୋଧ କରିବି । ବାହାଂଘର କାର୍ଡରେ ମୋଦିଙ୍କ ପ୍ରଚାରକୁ ନେଇ ହୋଇଥିବା ଏହି ଆଇଡିଆକୁ ଅନେକ ଲୋକ ପସନ୍ଦ କରିନପାରନ୍ତି । କାରଣ ମୁଁ ଜାଣିଛି କି ମୋଦିଙ୍କୁ ବିରୋଧ କରୁଥିବା ଅନେକ ଲୋକ ଅଛନ୍ତି । କିନ୍ତୁ ମୁଁ ପ୍ରତ୍ୟେକ ଶନିବାର ଅଫିସ୍ କାମ ସାରି ତିନି ଘଣ୍ଟା ପାଇଁ ମୋଦିଙ୍କୁ ସମର୍ଥନ କରୁଛି । ’
ସବୁଠୁ ବଡ କଥା ହେଉଛି ରାଜ୍ୟରେ ବିଧାନସଭାରେ ନିର୍ବାଚନରେ ତେଲେଙ୍ଗାନା ରାଷ୍ଟ୍ର ସମିତିକୁ ସମର୍ଥନ କରିଥିଲେ । କିନ୍ତୁ କେନ୍ଦ୍ରରେ ଦ୍ୱିତୀୟ ଥର ପାଇଁ ମୋଦି ସରାକର ଆସନ୍ତୁ ବୋଲି ରାଓ ଚାହୁଁଛନ୍ତି ।