ରାଜସ୍ଥାନ ( ଏଟିଆର ବ୍ୟୁରୋ): କଥାରେ ଅଛି ବ୍ୟାଙ୍କରୁ ରଣ ନେଇ ଯଦି ଋଣ ପରିଶୋଧ କରି ନପାରିବେ ତେବେ ବ୍ୟାଙ୍କ ତମ ଭିଟାମାଟି ତାଡି ନେବ । ଏବେ ସେହି ବ୍ୟାଙ୍କ ଋଣକୁ ନେଇ ଏକ ମଜାଦାର କଥା ଦେଖିବାକୁ ମିଳିଛି । ମାତ୍ର ୫୦ ପଇସା ଋଣ ଥିବାରୁ ଷ୍ଟେଟ ବ୍ୟାଙ୍କ ନୋଟିସ କରିଛି । ଏହି ମାମଲା ଏବେ କୋର୍ଟ ପର୍ଯ୍ୟନ୍ତ ଯାଇଛି ।
ସୂଚନା ଅନୁସାରେ ରାଜସ୍ଥାନର ଝୁନଝୁନ ଅଞ୍ଚଳର ଜିତେନ୍ଦ୍ର କୁମାରଙ୍କ ନାମରେ ଏହି ନୋଟିସ ଆସିଛି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏହି ନୋଟିସ ପଠାଇଛି । ତାଙ୍କ ନାମରେ ୫୦ ପଇସା ଋଣ ବାକି ରହିଛି । ଏହି ରଣ ଗତକାଲି ଅର୍ଥାତ ଶନିବାର ଦିନ ଲୋକ ଅଦାଲତରେ ନେଇ ଜମା କରିବାକୁ କୁହାଯାଇଥିଲା । ଯଦି ଏହି ଟଙ୍କା ପୈଠ ନକରନ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ରହିଛି । ଏହି ନୋଟିସ ଦେଖି ଅଦାଲତର ଜର୍ଜ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।