ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଟୀକାକରଣ ପାଇଁ ସ୍ଲଟ ବୁକିଂ ପ୍ରକ୍ରିୟା ଆହୁରୀ ସହଜ ହୋଇଛି । ଏଣିକି ହ୍ୱାଟ୍ସଆପରେ କରିପାରିବେ ସ୍ଲଟବୁକିଂ । ମାତ୍ର କେଇ ମିନିଟରେ କରିପାରିବେ ସ୍ଲଟ ବୁକିଂ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ହ୍ୱାଟ୍ସଆପରେ ସ୍ଲଟ ବୁକିଂ କରିବା ପାଇଁ ହେଲେ ପ୍ରଥମେ ଆପଣଙ୍କୁ ଆପଣଙ୍କ ଫୋନରେ +୯୧-୯୦୧୩୧୫୧୫୧୫ ନମ୍ବର ସେଭ କରିବାକୁ ହେବ । ଏହାପରେ ଆପଣଙ୍କ ହ୍ୱାଟ୍ସଆପରୁ ବୁକ ସ୍ଲଟ ଲେଖି ଏହି ନଂକୁ ପଠାନ୍ତୁ । ଏଥିରେ ଆପଣଙ୍କୁ ଏକ ଓଟିପି ଆସିବ ତାକୁ ଟାଇପ କରନ୍ତୁ । ଏହାପରେ ଟୀକା ନେବାର ତାରିଖ, ସ୍ଥାନ, ପିନ୍ କୋଡ ଏବଂ ଟୀକା ଚୟନ କରନ୍ତୁ । ଏତିିକି କରିବା ପରେ ଆପଣଙ୍କ ସ୍ଲଟ ବୁକିଂ ହୋଇଯିବ ।