ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସୀ ଖବର । ଏଣିକି ଟ୍ରେନ ଟିକେଟ କାଟିବା ପାଇଁ ବ୍ରୋକରର ଚକ୍କର କାଟିବାକୁ ପଡିବ ନାହିଁ । ବାସ୍ତବରେ ଯାତ୍ରୀଙ୍କୁ ବିଭିନ୍ନ ସୁବିଧା ପ୍ରଦାନ କରୁଛି ଆଇଆରସିଟିସି । ଏଣିକି ଆପଣ ଘର ବସି କିଛି ସମୟ ଭିତରେ ଆଇଆରସିଟିସି ଜରିଆରେ ଟିକେଟ ବୁକ୍ କରାଇ ପାରିବେ । ଏଥିପାଇଁ ଆପଣଙ୍କୁ ଆଇଆରସିଟିସି ରେ ଏକ ଆକାଉଣ୍ଟ ଖୋଲିବାକୁ ହେବ । ଏହାଦ୍ୱାରା ଆପଣଙ୍କୁ ଆଉ ଟିକେଟ ପାଇଁ ଅଧିକ ଟଙ୍କା ଦେବାକୁ ପଡିବ ନାହିଁ ।
ଆଇଆରସିଟିସି ରେ ଆକାଉଣ୍ଟ କରିବାର ପ୍ରୋସେସ:
ସର୍ବପ୍ରଥମେ ଆଇଆରସିିଟିସି ର ଅଫିସିଆଲ ୱେବସାଇଟ ଆଇଆରସିଟିସି ଡଟ୍ କୋ ଡଟ୍ ଇନ୍ କୁ ଯିବାକୁ ହେବ । ଏହାପରେ ରେଜିଷ୍ଟର ଅପ୍ସନ ଉପରେ କ୍ଲିକ କରିବାକୁ ହେବ । ଏହାପରେ ଏକ ଫର୍ମ ଆସିବ ସେଠାରେ ଆପଣ ନାଁ, ଇମେଲ , ମୋବାଇଲ ନଂ , ଠିକଣା ଆଦି ଭରିବାକୁ ହେବ । ଏହାପରେ ଶେଷରେ କ୍ୟାପ୍ଚା କୋଡ ଆସିବ ତାକୁ ପୁରଣ କରି ସବମିଟ୍ କରିବାକୁ ହେବ ।
ଯେତେବେଳେ ଆପଣ ସବମିଟ୍ ଉପରେ କ୍ଲିକ କରିବେ ସେତେବେଳେ ଆପଣଙ୍କ ସାମ୍ନାରେ ଟର୍ମ ଆଣ୍ଡ କଣ୍ଡିସନ୍ ର ଏକ ପେଜ୍ ଖୋଲିବ, ଯାହା ଉପରେ ଆପଣଙ୍କୁ କ୍ଲିକ କରିବାକୁ ହେବ । ଏହାପରେ ଆପଣଙ୍କ ମୋବାଇଲକୁ ଆକାଉଣ୍ଟ ହେବା ନେଇ ଏକ ମେସେଜ ଆସିବ । ଏଥିରେ ଆପଣ ସହଜରେ ଘରେ ବସି ଟ୍ରେନ୍ ଟିକେଟ ବୁକ୍ କରାଇ ପାରିବେ ।