ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଆଉ ଷ୍ଟେସନରେ ମିଳିବନି ମାଗଣା ୱାଇ-ଫାଇ ସୁବିଧା । ଭାରତ ସମେତ ସାରା ଦୁନିଆରେ ବର୍ଷ ୨୦୨୦ ପର୍ଯ୍ୟନ୍ତ ଷ୍ଟେସନ ପ୍ରୋଗ୍ରାମ ବନ୍ଦ କରିବାରେ ନିଷ୍ପତି ନେଇଛି ଗୁଗଲ । ଏନେଇ ଗୁଗଲ ପକ୍ଷରୁ କୁହାଯାଇଛି କି, ଗତ ୫ ବର୍ଷରେ ଇଂଟରନେଟ୍ ଏବଂ ଅନଲାଇନ୍ ସେବା ପୂର୍ବ ତୁଳନାରେ ଅଧିକ ସହଜ ଏବଂ ଶସ୍ତା ହୋଇଯାଇଛି ।
ସେହିପରି ଆମେରିକା କମ୍ପାନୀ ପକ୍ଷରୁ କୁହାଯାଇଛି କି ଉପସ୍ଥିତ ସାଇଟ୍ ରୁ ହଟିବା ପାଇଁ ନିଜର ଭାଗୀଦାରଙ୍କ ସହ କାମ କରୁଛନ୍ତି । ଯାହାଦ୍ୱାରା ଏହା ପରମୁହୂର୍ତ୍ତରେ ବି ଉପଯୋଗୀ ହୋଇପାରିବେ ।
୨୦୧୫ ମସିହାରେ ଭାରତୀୟ ରେଲ ଏବଂ ରେଲଟେଲ ସହ ଗୁଗଲ ମିଳିତ ଭାବେ ‘ଷ୍ଟେସନ ପ୍ରୋଗ୍ରାମ ’ ଆରମ୍ଭ କରିଥିଲେ । ଯାହାଦ୍ୱାରା ୨୦୨୦ ମଧ୍ୟ ଭାଗ ଯାଏଁ ୪୦୦ ରେଲୱେ ଷ୍ଟେସନରେ ଲୋକଙ୍କ ପାଇଁ ମାଗଣା ୱାଇଫାଇ ସୁବିଧା ଯୋଗଇ ଦିଆଯିବ ।
ଗୁଗଲ ର ଭାଇସ୍ ପ୍ରେସିଡେଣ୍ଟତାଙ୍କ ବ୍ଲଗ୍ ରେ ଲେଖିଛନ୍ତି ‘ଆମେ ନିର୍ଦ୍ଧାରିତ କରିଥିବା ସଂଖ୍ୟାକୁ ଜୁନ୍ ୨୦୧୮ ରେ ପାର୍ କରି ନେଇଛୁ । ମୋବାଇଲ ଡାଟା ପୁରା ଦେଶରେ ସବୁଠାରୁ ଶସ୍ତା ବୋଲି କହିବା ସହ ସେ ଭାରତର ଉଦାହରଣ ଦେଇ କହିଛନ୍ତି କି, ସେଥିପାଇଁ ଆମେ ୨୦୨୦ ସୁଧା ଧୀରେ ଧୀରେ ଷ୍ଟେସନ ପ୍ରୋଗ୍ରାମ ବନ୍ଦ କରିବାର ନିଷ୍ପତି ନେଇଛୁ ।