ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜିଏସଟି ଆସିବା ପରେ ଦେଶରେ ଏବେ ଟିକସ ଦାତାଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଚଳିତ ୨୦୧୮- ୧୯ ଆର୍ଥିକ ବର୍ଷରେ କୋଟିପତି କରଦାତାଙ୍କ ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି ପାଇଛି । ସୂଚନା ଅନୁସାରେ ବର୍ତ୍ତମାନ ଦେଶରେ କୋଟିପତି କରଦାତାଙ୍କ ସଂଖ୍ୟା ରହିଛି ୯୭,୬୮୯ । ଯାହା ଆସନ୍ତା ବର୍ଷ ୧ ଲକ୍ଷ ଛୁଇଁଯିବ ବୋଲି ଆକଳନ କରାଯାଉଛି ।
ତେବେ ଆମେ ଯଦି ୨୦୧୭ – ୧୮ ଆର୍ଥିକ ବର୍ଷକୁ ଦେଖିବା ସେତେବେଳେ ଦେଶରେ କୋଟିପତି କରଦାତାଙ୍କ ସଂଖ୍ୟା ରହିଥିଲା ୮୧,୩୪୪ । କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଏହି ରିପୋର୍ଟ ପ୍ରକାଶ କରିଛି । ତେବେ ବୋର୍ଡର କହିବା ଅନୁସାରେ ସବୁ କରଦାତା ଯଦି ଏଥିରେ ସାମିଲ ହେବେ ତେବେ ଏହି ସଂଖ୍ୟ ୧ ଲକ୍ଷ ଟପିଯିବ । ୨୦୧୭ -୧୮ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ୨୦ ପ୍ରତିଶତ କରଦାତାଙ୍କ ସଂଖ୍ୟା ବୃଦ୍ଧି ପାଉଛି ।
ସୂଚନାଯୋଗ୍ୟ ୨୦୧୯ ପନ୍ଦର ଅଗଷ୍ଟ ମଧ୍ୟରେ ୫.୮୭ କୋଟି ଆୟକର ରିଟର୍ଣ୍ଣ ଦାଖଲ ହୋଇଛି । ଏଥି ମଧ୍ୟରୁ ୫.୫୨ କୋଟିରୁ ଅଧିକ ରହିଛି ବ୍ୟକ୍ତିଗତ । ସେହିଭଳି ୧୧.୧୩ ଲକ୍ଷ ହିନ୍ଦୁ ଯୌଥ ପରିବାର । ୧୨.୭୯ ଲକ୍ଷ କର୍ମଚାରୀ । ୮.୪୧ ଲକ୍ଷ କମ୍ପାନୀ ରହିଛି ।