ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦୀପାବଳି ପରଠାରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ପକାଇଲାଣି । ଏମିତି କି ୪୦ ପ୍ରତିଶତ ଲୋକ ଦିଲ୍ଲୀ ଛାଡିବାକୁ ଚାହୁଁଥିବା ସର୍ଭେ ରିପୋର୍ଟ କହୁୂଛି । ଯାହାକୁ ନେଇ ସରକାର ଏବେ ଏକ ନୂଆ ନିୟମ ଆଣିଛନ୍ତି । ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପରିବହନ ବିଭାଗ ପକ୍ଷରୁ ଗାଡି ଚଳାଚଳ ଉପରେ କଟକଣା ଜାରି ହୋଇଛି । ଗାଡି ନମ୍ବରକୁ ନେଇ ସରକାର କଟକଣା ଜାରି କରିଛନ୍ତି । ବିଭିନ୍ନ ନମ୍ବର ପାଇଁ ବିଭିନ୍ନ ତାରିଖ ଧାର୍ଯ୍ୟ କରାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁ ତାରିଖରେ କେଉଁ ଗାଡି ଚାଲିବାକୁ ନିର୍ଦେଶ ରହିଛି । ସୂଚନା ଅନୁସାରେ ଯଦି ଆପଣଙ୍କ ଗାଡି ନମ୍ଭର ପ୍ଲେଟର ଶେଷ ନମ୍ଭର ୨,୪,୬,୮,୦ ଲେଖା ହୋଇଛି ତେବେ ଆପଣ ୪,୬,୮,୧୦,୧୨ ୧୪ ତାରିଖରେ ରାସ୍ତାରେ ଚଳାଇ ପାରିବେ ।
ସେହିଭଳି ଯଦି ଆପଣଙ୍କ ଗାଡି ନମ୍ବର ଶେଷରେ ୧,୩,୫,୭,୯ ଲେଖା ରହିଛି ତେବେ ଆପଣ ୫,୭,୯,୧୧, ୧୩ ଓ ୧୫ ତାରିଖରେ ଦିଲ୍ଲୀ ରାଜ ରାସ୍ତାରେ ଗାଡି ଚଳାଇ ପାରିବେ । ଏହି ନିୟମ ସରକାର ଆଜିଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଲଗୁ କରିଛନ୍ତି । ସୂଚନାଯୋଗ୍ୟ ଏହି ନିୟମ ଏବେ କେବଳ କାର ମାନଙ୍କ ପାଇଁ ଲାଗୁ କରାଯାଇଛି । ଗତ ବର୍ଷ ମଧ୍ୟ ବାୟୁ ପ୍ରଦୂଷଣ ଯୋଗୁ ଏମିତି ନିୟମ ରାଜଧାନୀ ଦିଲ୍ଲୀରେ ଲାଗୁ ହୋଇଥିଲା । ଅନ୍ୟପଟେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡିକୁ ମଧ୍ୟ ଆଜି ଓ ଆସନ୍ତା କାଲି ପାଇଁ ଛୁଟି ଘୋଷଣା କରାଯାଇଛି । ନୋଏଡ଼ା, ଗ୍ରେଟର ନୋଏଡ଼ା ଏବଂ ଗାଜିଆବାଦର ସମସ୍ତ ଘରୋଇ ତଥା ସରକାରୀ ସ୍କୁଲ୍କୁ ଛୁଟି ଘୋଷଣା କରାଯାଇଛି।