ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରତିବର୍ଷଭଳି ଏଥର ମଧ୍ୟ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ରାଜପଥରେ ଦେଖିବାକୁ ମିଳିବ ଓଡିଶାର ପ୍ରଜ୍ଞାପନ ମେଢ । ଜାତୀୟ ପରେଡରେ ସ୍ଥାନ ପାଇବାକୁ ଥିବା ଓଡିଆ ପ୍ରଜ୍ଞାପନ ମେଢ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିବା ସହ ଅଂଶଗ୍ରହଣ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଆସିଛି । ପ୍ରଜ୍ଞାପନ ମେଢରେ ଓଡିଶା ସ୍ଥାପତ୍ୟରେ ସହ ପ୍ରଭୁ ଲିଙ୍ଗରାଜ ମନ୍ଦିର ଓ ଠାକୁରଙ୍କ ଗଭୀର ସଂପର୍କ ରଖୁଥିବା ରୁକୁଣା ରଥର ପ୍ରତିକୃତି ସ୍ଥାନ ପାଇବ ।
ଏଥର ମୋଟ୧୬ଟି ରାଜ୍ୟର ପ୍ରଜ୍ଞାପନ ମେଢ ପ୍ରଦର୍ଶନ ପାଇଁ ସ୍ଥାନ ପାଇବାକୁ ଥିବା ବେଳେ ୧୧ନମ୍ବର ସ୍ଥାନରେ ଓଡିଶାର ମେଢ ସ୍ଥାନ ପାଇବ । ତେବେ ଏହି ମେଢକୁ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ ପରିକଳ୍ପନା କରିଛନ୍ତି । ମେଢରନିର୍ମାଣ ହୋଇଥିବା ରଥ ଉପରେ ୮ଜଣ ନୃତ୍ୟଶିଳ୍ପୀ ଓଡିଶୀ ଛନ୍ଦରେ ଥିବାବେଳେ ମେଢ ଚାରିପଟେ ୨୦ଜଣ ଶିଳ୍ପୀ ଓଡିଶୀ ନୃତ୍ୟ ପରିବେଶଣ କରୁଥିବାର ଦେଖିବାକୁ ମିଳିବ ।୧୫ଟି ଡିଜାଇନ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକସଂମ୍ପର୍କ ବିଭାଗକୁ ପଠାଯାଇଥିଲା । ସେଥି ମଧ୍ୟରୁ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କର ହିଜାଇନକୁ ଯୋଗ୍ୟ ବିବେଚିତ କରାଯାଇଥିଲା ।