ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦୀର୍ଘ ୨୦ ବର୍ଷ ପରେ ଅଲମ୍ପିକ ଘୋଡା ସବାରି ପ୍ରତିଯୋଗିତାରେ ଜଣେ ଭାରତୀୟ ଭାଗ ନେବେ । ଫବାଦ ମିର୍ଜା ଏଶିୟାନ ଗେମରେ ରୌପ୍ୟ ପଦକ ହାସଲ କରିଥିଲେ । ଏହି ପଦକ ପାଇବା ପରେ ସେ ଟୋକିଓରେ ହେବାକୁ ଥିବା ଅଲମ୍ପିକ- ୨୦୨୦ ପାଇଁ ଟିକେଟ କାଟିବାରେ ସଫଳ ହୋଇ ପାରିଥିଲେ । ୨୦ ବର୍ଷ ପରେ ଅଲମ୍ପିକ ଘୋଡ ସବାରିରେ ଭାଗ ନେଉଥିବା ସେ ହେଉଛନ୍ତି ପ୍ରଥମ ଭାରତୀୟ । ଏହାକୁ ନେଇ ଫବାଦ ମିର୍ଜା ବହୁତ ଖୁସି ଅଛନ୍ତି ।
ତେବେ ଫବାଦଙ୍କ ପୂର୍ବରୁ ୧୯୯୬ରେ ୱିଂଗ କମାଣ୍ଡର ଆଇଜେ ଲାମ୍ବା ଓ ୨୦୦୦ରେ ଇମତିୟାଜ ଅନୀସ ଭାରତ ଘୋଡ ସବାରିରେ ଅଲମ୍ପିକ କୋଟା ଦେଇପାରି ଥିଲେ । ଗତ ମଙ୍ଗଳବାର ଦିନ ଅନ୍ତରାଷ୍ଟ୍ରୀୟ ଇକ୍ୱେଷ୍ଟେରିନ୍ ଫେଡେରେଶନ ରାଙ୍କ୍ ଜାରି କରିବା ସମୟରେ ଫବାଦ ମୀର୍ଜା ଟୋକିଓ ଅଲମ୍ପିକ ଖେଳିବେ ବୋଲି ଘୋଷଣା କରାଯାଇଛି । ଫବାଦ ଦକ୍ଷିଣ-ପୂର୍ବ-ଏଶିୟା-ଆଶୋସିଏନ ଜୋନର ସବୁଠୁ ଅଧିକ ଅଲମ୍ପିକ କୋଟା ହାସଲ କରିବାରେ ସଫଳ ହୋଇଛନ୍ତି । ଏହା ପରେ ଫବାଦ ମିର୍ଜା କହିଛନ୍ତି ଯେ, ଭାରତକୁ ଚଳିତ ବର୍ଷ ଅଲମ୍ପିରେ ସ୍ଥାନ ଦେଇ ପାରିଥିବାରୁ ସେ ଗର୍ବିତ । ପ୍ରତ୍ୟକ ଖେଳାଳି ପାଇଁ ଅଲମ୍ପିକ ଏକ ବଡ ଟୁର୍ଣ୍ଣାମେଣ୍ଟା । କଠିନ ପରିଶ୍ରମ କରି ଭାରକୁ ଗର୍ବିତ କରିବା ପାଇଁ ଚେଷ୍ଟା କରିବି ବୋଲି ସେ କହିଛନ୍ତି ।