ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଯୋଗୁଁ ସାରା ଦେଶରେ ଲକ୍ ଡାଉନ୍ ହେବା ଦ୍ୱାରା ଏହାର ପ୍ରଭାବ ସବୁଠାରୁ ଅଧିକ ଶ୍ରମିକଙ୍କ ଉପରେ ପଡିଛି । କାମ ବନ୍ଦ ହେବା ଦ୍ୱାରା ସେମାନଙ୍କ ବେତନ ବି ବନ୍ଦ କରି ଦିଆଯାଇଛି । ସେଥିପାଇଁ ଶ୍ରମିକଙ୍କ ବେତନ ସହ ଜଡିତ ପିଟିସନ ଉପରେ ସୁପ୍ରିମ କୋର୍ଟରେ ଆଜି ଶୁଣାଣି ହୋଇଛି । ଏଥିରେ କୁହାଯାଇଛି କି ଉଦ୍ୟୋଗ ଗୁଡିକ କର୍ମଚାରୀଙ୍କ ସହ ଆଲୋଚନା କରି ମାମଲାର ଉପାୟ ବାହାର କରାଯାଉ । ଏହାସହିତ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ୪ ସପ୍ତାହ ଭିତରେ ଜବାବ ଦାଖଲ କରିବା ପାଇଁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବସରରେ କୌଣସି ଉଦ୍ୟୋଗ ଉପରେ ଦଣ୍ଡାତ୍ମକ କାର୍ଯ୍ୟବାହୀ ହେବ ନାହିଁ ।
ସୁପ୍ରିମକୋର୍ଟ ଏମଏସଏମଇ ସହିତ ଅନେକ କମ୍ପାନୀ ଦ୍ୱାରା ଦାଖଲ ହୋଇଥିବା ପିଟିସନ ଉପରେ ଆଦେଶ ଦେଇଛନ୍ତି । କମ୍ପାନୀ ଗୁଡିକ ଗୃହମନ୍ତ୍ରାଳୟ ଦ୍ୱାରା କୋଭିଡ୧୯କୁ ରୋକିବା ପାଇଁ ଜାରି କରାଯାଇଥିବା ଲକ୍ ଡାଉନ୍ ର ୫୪ ଦିନର ଅବଧି ମଧ୍ୟରେ କର୍ମଚାରୀଙ୍କୁ ପୂର୍ଣ୍ଣ ବେତନ ଏବଂ ପେମେଣ୍ଟ କରିବା ଆଦେଶକୁ ଚ୍ୟାଲେଞ୍ଜ ଦେଇଥିଲେ । ଏବେ ଏନେଇ ସୁପ୍ରିମକୋର୍ଟ ଫଇସଲା କରିବାର ଅଛି କି ଶ୍ରମିକଙ୍କୁ ପୂର୍ଣ୍ଣ ବେତନ ଦିଆଯିବ କି ନାହିଁ । ଏହି ମାମଲାରେ ଜୁଲାଇ ଶେଷ ବେଳକୁ ଶୁଣାଣି ହେବ ।
ଏନେଇ ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି କି, ଅଦାଲତର ଆଦେଶକୁ ଶ୍ରମ ବିଭାଗ ପର୍ଯ୍ୟନ୍ତ ସର୍କୁଲେଟ କରିବାର କାମ ରାଜ୍ୟ ଏବଂ କେନ୍ଦ୍ର ସରକାର କରନ୍ତୁ ।