ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ତାର କାୟା ମେଲାଇ ଚାଲିଛି । ଏହି ମହାମରୀ କରୋନା ଭାଇରସ ରେ ଆଜି ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟବିଭାଗର ଆଡିସନାଲ ଡିରେକ୍ଟରଙ୍କର ମୃତ୍ୟୁ ହୋଇଛି । କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଡା. ବିପ୍ଳବ କାନ୍ତି ଦାସଗୁପ୍ତା କରୋନାରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଗତକାଲି ରାତିରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ମାତ୍ର ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ବଞ୍ଚାଇ ପାରିନଥିଲେ । ଅନ୍ୟପଟେ ବିପ୍ଲବ କାନ୍ତି ଦାସଗୁପ୍ତାଙ୍କ ପତ୍ନୀ ବି କରୋନା ପଜିଟିଭ୍ । ସେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଏନେଇ ପଶ୍ଚିମବଙ୍ଗ ଡାକ୍ତର ଫୋରମ ପକ୍ଷରୁ କୁହାଯାଇଛି କି, କରୋନା ଚିକିତ୍ସା ପାଇଁ ରାଜ୍ୟରେ ସଂଶୋଧନ କମ୍ ରହିଛି । ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କର କରୋନା ଟେଷ୍ଟିଂ କରାଯାଉ । ଏହାବ୍ୟତିତ ପ୍ରଚୁର ପରିମାଣର ପିପିଇ କିଟ୍ ବ୍ୟବସ୍ଥା କରାଯାଉ ।