ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜିଠୁ ତିନୋଟି ରାଜ୍ୟ ତଥା ଓଡିଶା, ସିକ୍କିମ ଓ ମିଜୋରାମରେ ଲାଗୁ ହେଲା କେନ୍ଦ୍ର ସରକାରଙ୍କ ମହତ୍ୱକାଂକ୍ଷୀ ୱାନ୍ ନେସନ୍ ୱାନ୍ ରାଶନକାର୍ଡ ଯୋଜନା । ଏନେଇ କେନ୍ଦ୍ରୀୟ ଖାଦ୍ୟ ଅପୂର୍ତ୍ତି ମନ୍ତ୍ରୀ ରାମବିଳାସ ପାସୱାନ ସୂଚନା ଦେଇଛନ୍ତି । ଏହାସହିତ ଏବେ ମୋଟ ୨୦ ଟି ରାଜ୍ୟ ଆଇଏମପିଡିଏସ ଯୋଜନାରେ ସାମିଲ ହୋଇଯାଇଛି । ଏନେଇ ପାସୱାନ୍ କହିଛନ୍ତି କି, ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ୱାନ୍ ନେସନ ୱାନ୍ ରାଶନକାର୍ଡ ଯୋଜନାକୁ ପୁରା ଦେଶରେ ଲାଗୁ କରିବାର ଅଛି । ଏଥିରେ ୧ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ, ନାଗାଲାଣ୍ଡ ମଣିପୁରକୁ ଯୋଡିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ।
जैसा कि मैंने पहले घोषणा की थी, सरकार की महत्वाकांक्षी #वन_नेशन_वन_राशनकार्ड योजना में आज तीन और राज्य- ओडिशा, सिक्किम और मिजोरम जुड़ गए है। इसके साथ अब कुल 20 राज्य IMPDS योजना से जुड़ गए है। 1/2 @narendramodi
@narendramodi @Naveen_Odisha @ZoramthangaCM @GolayPs pic.twitter.com/1ZxPVA2Tao— Ram Vilas Paswan (@irvpaswan) June 1, 2020
କିଛି ଦିନ ପୂର୍ବରୁ ରାମ ବିଳାଶ ପାସୱାନ କହିଥିଲେ କି, ଗରିବ ରେଖା ତଳେ ଜୀବନ ଯାପନ କରୁଥିବା ବ୍ୟକ୍ତିଙ୍କର ଦେଶରେ ଯେକୌଣସି ସ୍ଥାନରୁ ରାଶନ ନେବାର ସୁବିଧା ଦେବା ପାଇଁ ଏକ ନେଶନ ଏକ ରାଶନ କାର୍ଡ ଯୋଜନା କୁ ଜୁନ୍ ୧ ରୁ ଲାଗୁ କରି ଦିଆଯିବ ।
ସୂଚନାଯୋଗ୍ୟ, ୱାନ ନେସନ ୱାନ୍ ରାଶନ କାର୍ଡ କେନ୍ଦ୍ର ସରକାରଙ୍କର ଏକ ମହତ୍ୱକାଂକ୍ଷୀ ଯୋଜନା । ଏହାଦ୍ୱାରା ପୁରା ଦେଶରେ ପିଡିଏସ ଲାଭାର୍ଥିଙ୍କୁ ଯେକୌଣସି ସ୍ଥାନରେ ସାର୍ବଜନିକ ବିତରଣ ପ୍ରଣାଳୀ ଅନୁଯାୟୀ ସଂଚାଳିତ ରାଶନ ଦୋକାନରୁ ସେମାନଙ୍କୁ ରାଶନ ମିଳି ପାରିବ ।