ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପିଆଜ ଭାଉ ଏବେ ମାର୍କେଟରେ ଧମାଲ ମଚାଉଛି । ଯୁଆଡେ ଶୁଣିବ ସିଆଡେ ଖାଲି ପିଆଜ ଆଲୋଚନା । ଆଉ ସବୁଠାରୁ ମଜାଦାର କଥା ହେଉଛି ଏବେ ଚିକେନ କିଲୋ ୧୮୦ ରହିଥିବା ବେଳେ ଏବେ ପିଆଜ କିଲୋ ୨୦୦ରେ ପହଞ୍ଚିଛି । ଯାହା ଫଳରେ ଏବେ ପିଆଜ ପ୍ରଭାବ ଏବେ ଆମିଷ ବଜାର ଉପରେ ପଡିଛି । ଲୋକେ ଆମିଷ ଆଣିବାକୁ ବାହାରିଲା ବେଳେ ଆଗ ପିଆଜ କଥା ଭାବୁଛନ୍ତି । ଯାହା ଏବେ ଖାଉଟିଙ୍କୁ ଆଘାତ ଦେଉଛି
। ଏମିତିକି କିଛି ମଧ୍ୟବିତ୍ତ ଲୋକ ଏବେ କାର୍ତ୍ତିକ ମାସ ପାଳନ କଲେଣି । ସୂଚନାଯୋଗ୍ୟ ଚଳିତ ବର୍ଷ ସାରା ଦେଶରେ ପିଆଜ ଉତ୍ପାଦନ ଖରାପ ରହିଛି । ଲଗାଣ ବର୍ଷା ହେବା ଫଳରେ ଏମିତି ହୋଇଛି । ମହାରାଷ୍ଟ୍ର ଦେଶର ୩୫ ପ୍ରତିଶତ ପିଆଜ ଭରଣ କରିଥାଏ । ମାତ୍ର ଏଥର ମହାରାଷ୍ଟ୍ରରେ ପିଆଜ ଉତ୍ପାଦନ କମ ରହିଛି । ତେବେ ଆହୁରି ୨ ରୁ ୩ ମାସ ପିଆଜ ଉଚ୍ଚା ରେଟ ରହିବ ବୋଲି ଅନୁମାନ କରାଯାଉଛି ।