ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶବ୍ୟାପି କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ବୁଧବାର ଏକ ବଡ ଘୋଷଣା କରିଛନ୍ତି । ଜରୁରୀ ସେବା ପାଇଁ କାମ କରୁଥିବା ଲୋକଙ୍କ କାମକୁ ସହଜ ଓ ସୁଗମ କରିବା ପାଇଁ ଦେଶରେ ଅସ୍ଥାୟୀ ଭାବେ ଜାତୀୟ ରାଜପଥରେ ଥିବା ଟୋଲ ପ୍ଲାଜାରୁ ଫି ଆଦାୟ କରାଯିବ ନାହିଁ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି କି, କୋଭିଡ ୧୯ କୁ ଦୃଷ୍ଟିରେ ରଖି ଦେଶର ସମସ୍ତ ଟୋଲ ପ୍ଲାଜାରୁ ଟୋଲ ଫି ନେବାର କାମକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ଜରୁରୀ ସେବା ପାଇଁ କାମରେ ଲାଗିଥିବା ଲୋକଙ୍କର ଜରୁରୀ ସମୟ ବଞ୍ଚାଇବା ପାଇଁ ସହାୟକ ହେବ ।
ଏହାପୂର୍ବରୁ ଏନଏଚଏଆଇ କୁ ପରାମର୍ଶ ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ କି ଦେଶବ୍ୟାପି ବନ୍ଦ ସମ୍ବନ୍ଧରେ ଗୃହମନ୍ତ୍ରାଳୟର ଆଦେଶକୁ ପାଳନ କରାଯାଉ ।