ଗୌହାଟୀ(ଏଟିଆର ବ୍ୟୁରୋ): ୬୪୪ ଜଣ ଉଗ୍ରବାଦୀ ଅସ୍ତ୍ରଶସ୍ତ୍ର ଧରି ଆତ୍ମସମର୍ପଣ କରିଛନ୍ତି । ଆଜି ଆସାମ ସରକାରଙ୍କ ନିକଟରେ ଏହି ଉଗ୍ରବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି । ଏହି ଉଗ୍ରବାଦୀ ମାନେ ୮ଟି ବିଦ୍ରୋହୀ ସଂଗଠନ ସହ ଜଡିତ ଥିଲେ । ଆଜି ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ଉଗ୍ରବାଦୀ ମାନେ ଏନଡିଏଫବି, ଆରଏନଏଲଏଫ, ୟୁଏଲଏଫଏ, ଏନଏଲଏଫବି ଓ ସିପିଆଇ ସଂଗଠନର ସଦସ୍ୟ ଥିଲେ । ଗୌହାଟୀରେ ଥିବା ଜିଏମଚିଏଚ୍ ଅଡିଟୋରିୟମରେ ଏହି ଉଗ୍ରବାଦୀ ମାନେ ଆସାମ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି ।
ତେବେ ଏହି ଉଗ୍ରବାଦୀ ମାନଙ୍କୁ ସମାଜରେ ମୁଖ୍ୟସ୍ରୋତରେ ଯୋଡିବା ପାଇଁ ଆସାମ ସରକାର ସମସ୍ତ ପ୍ରକାରର ସହଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ପୂର୍ବରୁ ଆସାମ ସରକାର ଏନଡିବିଏଫ ତାର ଅପରେସନ ଆସାମରେ ବନ୍ଦ କରିବା ନେଇ ଚୁକ୍ତି କରିଥିଲେ । ଏହି ସଂଗଠନ ପୂର୍ବ ଭାରତ ଓ ମିଆଁମାର ଅଞ୍ଚଳରେ ହିଂସା ସୃଷ୍ଟି କରୁଥିଲେ । ଆଜି ଉଗ୍ରବାଦୀ ମାନେ ୧୭୭ଟି ବନ୍ଧୁକ, ଅଫୁଟା ଗୁଳି, ୱାକିଟକି ଓ ଏକାଧୀକ ପରିମାଣରେ ମାରଣାସ୍ତ୍ର ଜମା କରି ଆତ୍ମସମର୍ପଣ କରିଛନ୍ତି । ତେବେ ଆସାମରେ ଶାନ୍ତି ପରିବେଶ ସୃଷ୍ଟି କରିବା ପାଇଁ ଏଭଳି ପଦକ୍ଷେପ ନେଇଥିବା ଉଗ୍ରବାଦୀ ମାନେ କହିଛନ୍ତି ।