ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କଣ କରିବୁ , କେମିତି ଭାରତକୁ ଫସେଇବୁ । ଏଇ ସବୁ ଭିତରେ ଏବେ ପାକିସ୍ତାନର ଦିନ ରାତି କଟୁଛି । ସେପଟେ ଦେଶର ଅର୍ଥନୀତି ଭୁଷୁଡିବାକୁ ବସିଲାଣି ହେଲେ ପାକିସ୍ତାନର ନିଘା ନାହିଁ । ରାତିଦିନ ଏକାଠି କରି ସେ କେବଳ ଭାରତ କଥା ଚିନ୍ତା କରୁଛି । ତେବେ ଜାତୀୟ ଗଣମାଧ୍ୟମର ଖବର ମୁୂତାବକ ଗତ ଅଗଷ୍ଟରେ ଭାରତକୁ ବଦନାମ କରିବା ପାଇଁ ପାକିସ୍ତାନ ଆମେରିକାର ଗୋଟେ ପିଆରଓ କମ୍ପାନୀକୁ ୭ କୋଟି ଟଙ୍କା ଦେଇଥିଲା ।
ଆମେରିକାର ଏକ ବଡ ପିଆର କମ୍ପାନୀ ସହ ପାକିସ୍ତାନ ଏଥି ପାଇଁ ୧୦ କୋଟି ୬୨ ହଜାର ଡଲାରର ଚୁକ୍ତି ହୋଇଥିଲା । ଯାହା ଭରତୀୟ ମୁଦ୍ରାରେ ୭ କୋଟି ଟଙ୍କା ହେବ । ଏନେଇ ଉକ୍ତ କମ୍ପାନୀ ଓ ପାକିସ୍ତାନ ମଧ୍ୟରେ ଚିଠି ମାଧ୍ୟରେ ଯୋଗାଯୋଗ ମଧ୍ୟ ହୋଇଛି । ଏଥିରେ ଲେଖା ହୋଇଥିଲା ଭାରତ ଜମ୍ମୁକାଶ୍ମୀରରୁ ୩୭୦ ଉଚ୍ଛେଦ କରିବା ପରେ ସେଠାରେ ଲୋକଙ୍କ ସ୍ୱାଧୀନତା କ୍ଷୁର୍ଣ୍ଣ ହେଇଛି । ସେଠାରେ ଅଶାନ୍ତି ଦେଖା ଦେଇଛି ।
ଏନେଇ ପାକିସ୍ତାନ ଉଚ୍ଚୟୁକ୍ତ ସଂମ୍ପର୍କ କରିବେ ବୋଲି ମଧ୍ୟ ଚିଠିରେ ଲେଖା ହୋଇଛି । ଅନ୍ୟପଟେ ଭାରତରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଏବେ ପିଓକେରେ ଲୋକଙ୍କୁ ଏକାଠି କରୁଛି ପାକିସ୍ତାନ । ଯାହା ଫଳରେ ଭାରତ ବିଶ୍ୱ ସମୁଦାୟ ଆଗରେ ଉତ୍ତର ଦାୟୀ ହେବ । କିଭଳି ଭାରତ ବିଶ୍ୱ ସବୁଦାୟ ଆଗରେ ବଦନାମ ହେବ ସେନେଇ ପାକିସ୍ତାନ ଗାତ ଖୋଳୁଛି ।