ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଲୱାମା ଆତଙ୍କବାଦୀ ହମଲାକୁ ନେଇ ଏବେ ଗୋଟିଏ ପରେ ଗୋଟିଏ ପ୍ରାମଣ ମିଳିବାରେ ଲାଗିଛି । ଏହି ହମଲାର ପ୍ରମାଣ ଧିରେ ଧିରେ ଏବେ ରାଷ୍ଟ୍ରିୟ ତଦନ୍ତ ଏଜେନ୍ସି (ଏଏନଆଇ)ହାତରେ ଲାଗୁଛି । ଯେଉଁଥିରେ ଜୈସ-ଏ-ମୋହମ୍ମଦଙ୍କ ଚାରି ଏବଂ ପାଞ୍ଚ ଜଣ ଆତଙ୍କିମାନଙ୍କ ଦ୍ୱାରା ବିସ୍ତୃତ ଅଭିଯାନ ଚଳାଇବାର ପ୍ରମାଣ ମଳିଛି । ଏଥିରେ ଆତ୍ମଘାତୀ ହମଲା କରିଥିବା ଆଦିଲ ଅହମ୍ମଦ ଡାର ଏବଂ ସ୍ଥାନୀୟ ଲୋକେ ବି ସାମିଲ ଅଛନ୍ତି । ଏହି ଘଟଣାରେ ଜଡିତ ଥିବା ଲୋକଙ୍କ କହିବାନୁଯାୟୀ ଫେବ୍ରୁଆରୀ ୧୪ରେ ସିଆରପିଏଫ କାଫିଲ ଉପରେ ହୋଇଥିବା ହମଲା ରେ ବ୍ୟବହାର ହୋଇଥିବା ମାରୁତୀ ଇକୋ ଗାଡିର ମାଲିକର ପରିଚୟ ମିଳି ସାରିଛି ।
ପୁଲୱାମା ହମଲାରେ ୪୦ ଜଣ ଯବାନ ସହୀଦ ହୋଇଥିଲେ । ଆତଙ୍କବାଦୀ ହମଲାରେ ବ୍ୟବହୃତ ହୋଇଥିବା କାର୍ ଟି ଆଠ ବର୍ଷ ପୂର୍ବେ ପଞ୍ଜିକୃତ ହୋଇଥିଲା । ଏହାସହିତ ଆତଙ୍କି ସମୁହରେ ଏହି କାର୍ ଟି ବ୍ୟବହାର ହେଉଛି ବୋଲି କାର୍ ମାଲିକ ଜାଣିଥିଲେ । ବର୍ତ୍ତମାନ ଗାଡି ମାଲି ଫେରାର ଅଛନ୍ତି ।
ଏନଆଇ ର ତଦନ୍ତ ଅଧିକାରୀଙ୍କ କହିବାନୁଯାୟୀ, ଏହି ଆତଙ୍କବାଦୀ ହମଲାରେ ପାକିସ୍ତାନର ପଦଚିହ୍ନ ସ୍ପଷ୍ଟ ଭାବେ ଦେଖା ଯାଉଛି । ହମଲା ହୋଇଥିବା କାର୍ ରେ ଥିବା କଣ୍ଟେନରରେ ୨୫ କିଲୋଗ୍ରାମ ଆରଡିଏକ୍ସ ଭରି କରାଯାଇ ରଖାଯାଇଥିଲା ।
ଏନେଇ ତଦନ୍ତ ଅଧିକାରୀ ଜାଣିବାକୁ ଚେଷ୍ଟାକରୁଛନ୍ତି କି ହମଲା ପଛରେ ଥିବା ଜେଇଏମ ଆରଡିଏକ୍ସ କିଣିବାରେ କିଭଳି ସଫଳ ହେଲେ । ତଦନ୍ତକାରୀଙ୍କ ଅନୁଯାୟୀ ସୀମା ବାହାରୁ ବିସ୍ଫୋଟକ ଆସିଛି ।
ଜଣେ ତଦନ୍ତକାରୀ କହିଛନ୍ତି କି , ଆମ ପାଖରେ ଗାଡି ସମ୍ପୂର୍ଣ୍ଣ ତଥ୍ୟ ଅଛି । ଯାହାକୁ ଅତି କମ୍ ରେ ଗୋଟେ କି ଦୁଇଥର ସମୁହ ସହିତ ଦେଖିବାକୁ ମିଳିଥିଲା । ଏଏନଆଇ କୁ ସୂଚନା ମିଳିଛି କି ଗତବର୍ଷ ମାର୍ଚ୍ଚ ମାସରେ ଡାର ଗତ ବର୍ଷ ଫେରାର ହୋଇଯିବା ପରେ ଜେଇଏମ ୟୁନିଟରେ ସକ୍ରିୟ ଥିଲେ ।
ଆଦିଲ ଅହମ୍ମଦ ଡାର ମୁଖ୍ୟତଃ ସିଆରପିଏଫ୍ ଯବାନଙ୍କୁ ପସନ୍ଦ କରେ ନାହିଁ । କାରଣ ମେ’ କିମ୍ବା ଜୁନ୍ ମାସ ଶେଷ ସୁଦ୍ଧା ସୁରକ୍ଷା ବଳ ଡାରଙ୍କ ଘରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ ।