ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶେଷରେ ୱିଙ୍ଗ କମାଣ୍ଡ କୁ ପାକିସ୍ତାନରୁ ଛାଡିବାକୁ ରାଜି ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ । ଏନେଇ ଇମରାନ୍ ନିଜେ ପାକିସ୍ତାନ ସଂସଦରେ ଘୋଷଣା କରିଛନ୍ତି । ଆସନ୍ତା କାଲି ମାନେ ଶୁକ୍ରବାର ୱିଙ୍ଗ କମାଣ୍ଡ ଅଭିନନ୍ଦନ ଭର୍ତ୍ତମାନଙ୍କୁ ଛଡା ଯିବ ବୋଲି ସେ ମତ ବ୍ୟକ୍ତ କରିଛନ୍ତି । ଏନେଇ କୌଣସି ପ୍ରକାର ଯୁଦ୍ଧ ନହୋଇ ସବୁକିଛି ଶାନ୍ତିପୂର୍ଣ୍ଣ ଭାବେ ହେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡ ପାକିସ୍ତାନ କବ୍ଚାରେ ଥିବା ଖବର ଚାରିଆଡେ ପ୍ରଘଟ ହେବା ସହ ସୋସିଆଲ ମିଡିଆରେ ଅଭିନନ୍ଦନଙ୍କ ଅନେକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏହି ଭିଡିଓକୁ ଦେଖିବା ପରେ ତାଙ୍କୁ ସୁରକ୍ଷିତ ଭାବେ ଭାରତକୁ ପଠାଇ ଦିଆ ଯିବାକୁ ଚାରିଆଡୁ ଦାବି ହୋଇଥିଲା ।
ଅନ୍ୟପଟେ ୟୁଟ୍ୟୁବ୍ ରେ ଅପଲୋଡ ହୋଇଥିବା ଅଭିନନ୍ଦନଙ୍କ ସମସ୍ତ ଭିଡିଓକୁ ହଟାଇ ଦିଆଯିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଭାରତୀୟ ବାୟୁସେନାର ମିଗ୍ ୨୧ ବିମାନ ଦୁର୍ଘଟଣା ଗସ୍ତ ହେବା ପରେ ଦୁଇ ଜଣ ପାଇଲଟ ସହୀଦ ହେବା ସହ ଅଭିନନ୍ଦନ ଭର୍ତ୍ତମାନ ନାମକ ଜଣେ ପାଇଲଟ ନିଖୋଜ ଥିବାର ସୂଚନା ମିଳିଥିଲା ।
ଖବରମୁତାବକ ପାକିସ୍ତାନର ଏଫ୍ ୧୬ ବିମାନଟି ସୀମାରେ ପଶି ବୋମା ବର୍ଷଣ କରିବା ଆରମ୍ଭ କରିଦେଇଥିଲା । ଏହାକୁ ଦେଖି ଭାରତୀୟ ବାୟୁସେନା ବିମାନ ମିଗ୍ ୨୧ ଏହି ବିମାନ ପିଛା କରିବା ସହ ଏହାକୁ ତଡିବା ପାଇଁ ଚେଷ୍ଟା ଚଲାଇବା ସହ ପାକିସ୍ତାନ ଏଫ୍ ୧୬ ବିମାନକୁ ତଳକୁ ଖସାଇ ଦେଇଥିଲା । ଏହି ଟକରା ଟକରୀ ମଧ୍ୟରେ ମିଗ୍ ବିମାନଟି ଦୁର୍ଘଟଣାଗସ୍ତ ଘଟିବା ସମୟରେ ପାଇଲଟ ଜଣକ ପାକିସ୍ତାନୀ ସୀମାରେ ଖସିପଡିଥିଲେ । ଏହାପରେ ସେ ପାକିସ୍ତାନୀ ବାୟୁସେନାଙ୍କ କବ୍ଚାକୁ ଆସିଥିଲେ ।