ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ବୃଦ୍ଧି ପାଇଲା ପାନ୍ କାର୍ଡ ସହ ଆଧାର କାର୍ଡକୁ ଲିଙ୍କ କରାଇବାର ସମୟ ସୀମା । ୨୦୨୦ ମସିହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଲା ପାନ୍ କାର୍ଡ ସହ ଆଧାର କାର୍ଡକୁ ଲିଙ୍କ କରାଇବାର ସମୟ ସୀମା । ଏହି ସମୟ ସୀମାକୁ କେନ୍ଦ୍ରୀୟ ପ୍ରତୀକ୍ଷ କର ବୋର୍ଡ (ସିବିଡିଟି) ଆହୁରି ତିନି ମାସ ବଢାଇଛନ୍ତି । ସମୟ ସୀମା ବୃଦ୍ଧି ସମ୍ପର୍କରେ ସିବିଡିଟି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।
ସୂଚନାନୁଯାୟୀ, ଆୟକର ଅଧିନିୟମ ଅନୁଯାୟୀ ୧୯୬୧ର ଧାରା ୧୩୯ (ଏ)ର ଉପଧାରା ୨ ଅନୁସାରେ ପାନ୍ କାର୍ଡ ସହ ଆଧାର କାର୍ଡ ସହ ଲିଙ୍କ କରାଇବାର ଶେଷ ସୀମା ଡିସେମ୍ବର ୩୧ ୨୦୧୯ ଥିବା ବେଳେ ଏବେ ତାହାକୁ ବୃଦ୍ଧି କରାଯାଇ ୨୦୨୦ ମାର୍ଚ୍ଚ ୩୧ କରାଯାଇଛି । ତେବେ ଏହି ଏଥରକୁ ମିଶାଇ ୮ଥର ହେବ ପାନ୍ କାର୍ଡ ସହ ଆଧାର କାର୍ଡକୁ ଲିଙ୍କ କରାଇବାର ସମୟ ସୀମା ବୃଦ୍ଧି କରାଯାଇଛି । ଅନ୍ୟପଟେ ଯଦି ପାନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ ନହୁଏ ତେବେ କୌଣସି ପ୍ରକାରର ନେଣଦେଣ ହୋଇପାରିବ ନାହିଁ । ସେହିପରି ଆପର ଆପଣଙ୍କ ପାନ୍ କାର୍ଡ ସହ ଆଧାର କାର୍ଡକୁ ଲିଙ୍କ କରାଇ ପାରିବେ କି ନାହିଁ ତାହା ଜାଣି
https://www1.incometaxindiaefiling.gov.in/eFilingGS/Services/AadhaarPreloginStatus.html ଏହି ଲିଙ୍କରେ ଜାଣିପାରିବେ ।