ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତକାଲି ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଣ୍ଡିତ ଯାଶରାଜଙ୍କର ଆମେରିକାରେ ପରଲୋକ ଘଟିଛି । ଆମେରିକାରୁ ତାଙ୍କ ପ୍ରାର୍ଥିବ ଶରୀରକୁ ସ୍ୱତନ୍ତ୍ର ବିମାନ ଯୋଗେ ମୁମ୍ବାଇ ଅଣାଯିବ । ଆଜି ଅପରାହ୍ନରେ ଆମେରିକାର ନିୟ୍ୟୁ ଜର୍ସିରୁ ବିମାନ ଉଡାଣ ଭରିବ ଏବଂ ଆସନ୍ତାକାଲି ଅପରାହ୍ନ ସୁଧା ମୁମ୍ବାଇରେ ପହଁଚିବ । ବୁଧବାର ସନ୍ଧ୍ୟାରେ କିମ୍ବା ଗୁରୁବାର ଦିନ ଯଶରାଜଙ୍କ ଅନ୍ତିମ ସଂସ୍କାର କରାଯିବାର ସମ୍ଭାବନା ରହିଛି ।
ଯଶରାଜ ପଣ୍ଡିତଙ୍କ ପରିବାର ଲୋକ ମୁମ୍ବାଇରେ ଅଛନ୍ତି କିନ୍ତୁ ଆମେରିକାରୁ ପଣ୍ଡିତଙ୍କ ପ୍ରାର୍ଥିବ ଶରୀରକୁ ତାଙ୍କ ଶିଷ୍ୟମାନେ ମୁମ୍ବାଇରେ ପହଁଚାଇବେ ।
ସୋମବାର ଆମେରିକାର ନିୟ୍ୟୁ ଜର୍ସିରେ ୯୦ ବର୍ଷ ବୟସରେ ପଣ୍ଡିତ ଯଶରାଜ ତାଙ୍କର ଶେଷ ନିଶ୍ୱାଷ ତ୍ୟାଗ କରିଥିଲେ । ସେ ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ପଦ୍ମ ବିଭୂଷଣ ରେ ସମ୍ମାନିତ ଶାସ୍ତ୍ରୀୟ ଗାୟକ ଥିଲେ । ସେ ୧୪ ବର୍ଷ ବୟସରୁ ଶାସ୍ତ୍ରୀୟ ସଙ୍ଗୀତର ପ୍ରଶିକ୍ଷଣ ଲାଭ କରିଥିଲେ ।