ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସଂସଦରେ ଆଉ ରିହାତିରେ ମିଳିବ ନାହିଁ ଖାଦ୍ୟ । ଏଣିକି ଖାଦ୍ୟର ପ୍ରକୃତ ମୂଲ୍ୟ ଦେଇ ଖାଇବେ ସାଂସଦ । ସବସିଡିରେ ଦିଆଯାଉଥିବା ଖାଦ୍ୟକୁ ଆଜି କେନ୍ଦ୍ର ସରକାର ପ୍ରତ୍ୟାହର କରି ନେଇଛନ୍ତି । ସମସ୍ତ ସାଂସଦ ଏହାକୁ ସ୍ୱାଗତ କରିଛନ୍ତି । ଏନେଇ ଆଜି ଘୋଷଣା କରିଛନ୍ତି ବାଚଷ୍ପତି ଓମ ବିର୍ଲା ।
ଏହି ସବସିଡିକୁ ହଟାଇ ଦିଆଗଲେ ବାର୍ଷିକ ୧୭ କୋଟି ଟଙ୍କା ସଂଞ୍ଚୟ କରାଯାଇ ପାରିବ । ସୂଚନାଯୋଗ୍ୟ ରିହାତିରେ ଏଠାରେ ୫ ଟଙ୍କାରେ କଫି, ୪୦ ଟଙ୍କାରେ ମଟନ ତରକାରୀ ମିଳୁଥିଲା ।