ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ରେଲୱେ ପକ୍ଷରୁ ସମସ୍ତ ଟ୍ରେନ୍ କୁ ୧୪ ଏପ୍ରିଲ ଯାଏଁ ବାତିଲ କରାଯାଇଛି । ଇତିମଧ୍ୟରେ ଯେଉଁ ଯାତ୍ରୀମାନେ ପୂର୍ବରୁ ଅନଲାଇନ୍ ଟିକେଟ କାଟିଥିଲେ । ସେମାନଙ୍କର ଏବେ ଟଙ୍କା ରିଫଣ୍ଡ ପାଇଁ ଚିନ୍ତା ରହିଛି । ସେଥିପାଇଁ ସେହି ସବୁ ଯାତ୍ରୀଙ୍କ ପାଇଁ ରେଲୱେ ଏବେ ଖୁସୀ ଖବର ଆଣିଛି ।
ରେଲୱେ ପକ୍ଷରୁ କୁହାଯାଇଛି କି, ଟଙ୍କା ରିଫଣ୍ଡ ପାଇଁ ଏବେ ଯାତ୍ରୀଙ୍କୁ କାଉଣ୍ଟରକୁ ଯିବାର ଆବଶ୍ୟକତା ନାହିଁ । ଇ-ଟିକେଟ ଆପେ ଆପେ ରଦ୍ଦ ହୋଇଯିବ ଏବଂ ପୁରା ରିଫଣ୍ଡ ଆକାଉଣ୍ଟରେ ପହଁଚିଯିବ । ଯାତ୍ରୀମାନଙ୍କୁ ଧ୍ୟାନ ରଖିବାକୁ ପଡିବ କି ସେମାନେ ନିଜେ ଯେପରି ତାଙ୍କ ଇ-ଟିକେଟକୁ ରଦ୍ଦ ନକରନ୍ତି । ଏହାପରେ ସେମାନଙ୍କର ସମ୍ପୂର୍ଣ୍ଣ ରିଫଣ୍ଡ ଫେରସ୍ତ ମିଳିଯିବ ।