ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ନିର୍ଭୟା ଦୋଷୀ ମାନଙ୍କର ଫାଶୀ ତାରିଖ ପାଖେଇ ଆସୁଥିବାରୁ ଦୋଷୀ ମାନେ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି ନିଜକୁ ବଞ୍ଚାଇବା ପାଇଁ । ଏମାନଙ୍କ ମଧ୍ୟରୁ ଦୋଷୀ ବିନୟ ନିଜ ଫାଶୀ ଘୁଞ୍ଚାଇବା ପାଇଁ ନିଜର ମାନସିକ ସ୍ଥିତି ଠିକ୍ ନଥିବା କହି କୋର୍ଟରେ ପିଟିସନ ଦାଖଲ କରିଥିଲା ।
ହେଲେ ପଟିଆଲା ହାଉସ କୋର୍ଟ ବିନୟର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଅଛି ବୋଲି କହି ପିଟିସନକୁ ଖାରଜ କରିଛନ୍ତି । ଫାଶୀ ପାଇବା ପୂର୍ବରୁ ଦୋଷୀ ସାମାନ୍ୟ ଚିନ୍ତାଗ୍ରସ୍ତ ରହିବା ସ୍ୱାଭାବିକ ବୋଲି ଦର୍ଶାଇ ବିନୟ ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି କହିଛନ୍ତି ।
ଜେଲ ଭିତରେ ହିଁ ବିନୟର ଚିକିତ୍ସା କରାଯାଇ ପାରିବ ବୋଲି କୋର୍ଟ ବିନୟର ଓକିଲ ଏପି ସିଂ ଙ୍କୁ କହିଛନ୍ତି ।
ଆସନ୍ତା ମାର୍ଚ୍ଚ ୩ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀ ଅକ୍ଷୟ, ବିନୟ, ପୱନ ଓ ମୁକେଶଙ୍କୁ ଭୋର ୬ଟାରେ ଫାଶୀ ଦିଆଯିବା ପାଇଁ ଡେଥ୍ ୱାରେଣ୍ଟ ଜାରି କରାଯାଇଛି ।