ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗ ପରେ ପୁଣି ଥରେ ଡାକ୍ତରଙ୍କୁ ହମଲା ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଆଜ୍ଞା ହଁ ଦିଲ୍ଲୀର ହନ୍ଦୁରାଓ ହସ୍ପିଟାଲରେ ଡାକ୍ତରଙ୍କ ସହିତ ମାର୍ ପିଟ୍ କରାଯାଇଛି । ଏଠାରେ ଡାକ୍ତରଙ୍କୁ ମାର୍ ପିଟ୍ ପରେ ଡାକ୍ତରମାନେ ଆନ୍ଦୋଳନରେ ବସିବେ ବୋଲି ଘୋଷଣା କରିଛନ୍ତି ।
ପ୍ରକୃତରେ ଶନିବାର ରାତିରେ ଗମ୍ଭୀର ଅବସ୍ଥାରେ ଥିବା ଜଣେ ରୋଗୀକୁ ହସ୍ପିଟାଲକୁ ଅଣା ଯାଇଥିଲା,ରେଗୀର ଦୁଇଟି ଯାକ କିଡନୀ ଫେଲ୍ ହୋଇଯାଇଥିଲା,ହସ୍ପିଟାଲରେ ପହଁଚିବାର କିଛି ସମୟ ପେର ରୋଗୀର ମୃତ୍ୟୁ ହୋଇଯାଇଥିଲା । ଏହାପରେ ରୋଗୀର ପରିବାର ଲୋକେ ଡାକ୍ତରଙ୍କ ଅବହେଳା ର ଅଭିଯୋଗ କରିବା ସହ ଡାକ୍ତରଙ୍କ ଉପରେ ହମଲା କରିଥିଲେ । ଏନେଇ ଅଭିଯୋଗ ଆଣିଥିବା ପରିବାର ବିରୋଧରେ ଥାନାରେ ଡାକ୍ତରମାନେ ଅଭିଯୋଗ କରିଛନ୍ତି ।
ସେପଟେ ଡାକ୍ତରମାନେ ଅଭିଯୋଗ କରିଛନ୍ତି କି ରାତି ସମୟରେ ହସ୍ପିଟାଲରେ ନା କୌଣସି ପ୍ରଶାସନ ଉପସ୍ଥିତ ରହୁଛନ୍ତି ନା କିଏ ଫୋନ୍ ଉଠାଉଛନ୍ତି । ଯେତେବେଳେ ଆମମାନଙ୍କ ସହ ମାର୍ ପିଟ୍ ହୋଇଥିଲା ସେହି ସମୟରେ କୌଣସି ସୁରକ୍ଷା ଗାର୍ଡ ଉପସ୍ଥିତ ନଥିଲେ । ଡାକ୍ତରଙ୍କ ସୁରକ୍ଷା ସବୁଠାରୁ ବଡ ପ୍ରସଙ୍ଗ । ଏହାସହିତ ହମଲା କରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଉ ।
ସୂଚନାଯୋଗ୍ୟ, ନିକଟରେ ପଶ୍ଚିମବଙ୍ଗର ଏକ ହସ୍ପିଟାଲରେ ଜୁନିୟର ଡାକ୍ତରଙ୍କ ଉପରେ ହମଲା ହୋଇଥିଲା । ଏନେଇ ଡାକ୍ତରମାନେ ଆନ୍ଦୋଳନରେ ବସିଥିଲେ । ଯାହାଫଳରେ ରୋଗୀଙ୍କର ଚିକିତ୍ସା ଠିକ୍ ଭାବେ ହୋଇ ପାରୁନଥିଲା ।