ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ପୁଣି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି ମହାମାରୀ କରୋନା । ମହାରାଷ୍ଟ୍ରରେ ସ୍ଥିତି ବେକାବୁ । କରୋନା କୋପ ବୃଦ୍ଧିକୁ ଦୃଷ୍ଟିରେ ରଖି ମୁମ୍ବାଇରେ ରହୁଥିବା ବିହାରର ଲୋକେ ସେମାନଙ୍କ ଘର ମୁହାଁ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ଏବଂ ପୁଣେରୁ ସ୍ପେଶାଲ ଟ୍ରେନ ଚଳାଇବାକୁ ଯାଉଛି ଭାରତୀୟ ରେଳବାଇ ।
ଯାତ୍ରୀଙ୍କ ସୁବିଧା ପାଇଁ ମୁମ୍ବାଇରୁ ପାଟନା ଏବଂ ଦରଭଙ୍ଗା ସହିତ ପୁଣେରୁ ଦାନାପୁର ପାଇଁ ଅତିରିକ୍ତ ସ୍ପେଶାଲ ଟ୍ରେନ ଚଳାଇବାର ନିଷ୍ପତି ନେଇଛି ରେଳବାଇ । ଅବଶ୍ୟ ଯେଉଁମାନଙ୍କ ନିକଟରେ ରିଜର୍ଭ ସିଟ୍ ଥିବ ସେହି ମାନେ ହିଁ ଏହି ଟ୍ରେନରେ ଯାତ୍ରା କରି ପାରିବେ ।
ସର୍ବାଧିକ ମୁମ୍ବାଇରେ ହିଁ କରୋନା ସଂକ୍ରମଣ ବ୍ୟାପିଛି । ଭାରତୀୟ ରେଳବାଇ ଦ୍ୱାରା ଏହି ସ୍ୱେଶାଲ ଟ୍ରେନ ଚାଲିବା ଦ୍ୱାରା ମହାରାଷ୍ଟରୁ ଲୋକେ ବିହାର ପହଁଚି ପାରିବେ । ଏହାକୁ ନେଇ ମହାରାଷ୍ଟ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।