ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କୋଲକାତାରେ ଆଜି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରାଲିକୁ ରଦ୍ଦ କରି ଦିଆଯାଇଛି । ଏହି ରାଲି ପାଇଁ କୋଲକାତା ସରକାର ଅନୁମତି ଦେଇନଥିଲେ । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି କି ବିନା ନୋଟିସ୍ ରେ ରାଲି ଅନୁମତିକୁ ଖାରଜ କରାଯାଇଛି । ମମତା ସରକାରଙ୍କ ଏହି ନିଷ୍ପତିକୁ ନେଇ ବିଜେପି କାର୍ଯ୍ୟକର୍ତ୍ତାମାନେ ମୋର୍ଚ୍ଚ ଖୋଲିଥିଲେ । ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ୧୦୦ ରୁ ଅଧିକ ରାଲି କରିବାର କାର୍ଯ୍ୟକ୍ରମ ବିଜେପିର ରହିଛି । ଏହି ଅବସରରେ ବାଙ୍କୁରା ଏବଂ ପୁରୁଲିୟାରେ ଯୋଗୀ ଆଦିତ୍ୟ ନାଥ ଦୁଇଟି ରାଲି କରିବାର ଥିଲା । ଏହାବ୍ୟତିତ ଫେବ୍ରୁଆରୀ ୫ରେ ରାୟଗଞ୍ଜ ଏବଂ ଦିନାଜପୁର ଜିଲ୍ଲା ବାଲୁରଘାଟରେ ରାଲି ସମ୍ବୋଧିତ କରିବାର କାର୍ଯ୍ୟକ୍ରମମାନ ରହିଛି ।
କେବଳ ଏତିକି ନୁହେଁ ପଶ୍ଚିମବଙ୍ଗରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ପାଇଁ ମଧ୍ୟ କୋଲକତା ସରକାର ଅନୁମତି ଦେଇନଥିଲେ । ଏହାକୁ ନେଇ ପଶ୍ଚିମବଙ୍ଗର ବିଜେପି ନେତା ମୁକୁଳ ରାୟ କହିଛନ୍ତି କି ବିଜେପିକୁ ଅନୁମତି ମିଳିବ । ବାଲୁରଘାଠରେ ନିୟମିତ ବିମାନବନ୍ଦର ରହିଛି । ନିୟମିତ ହେଲିପ୍ୟାଡରେ ହେଲିକପ୍ଟର ଲ୍ୟାଣ୍ଡିଂକୁ ଅନୁମତି ଦେବାରେ କ’ଣ ସମସ୍ୟା ଅଛି? କୋଲକତା ସରକାରଙ୍କ ଏହି ନିଷ୍ପତି ସମ୍ପୂର୍ଣ୍ଣ ଅଲୋକତନ୍ତ୍ରିକ ।
ଏହାପୂର୍ବରୁ ଝାରଗ୍ରାମରେ ବି ସମାନ ସମସ୍ୟା ଉପୁଜି ଥିଲା । ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ପାଇଁ ଅନୁମତି ମିଳିନଥିଲା ।
ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରାଜ୍ୟରେ ଦୁଇଟି ରାଲିକୁ ସମ୍ବେଧିତ କରାଯାଇଥିଲା । ଏହାପରେ ପ୍ରଧାନମନ୍ତ୍ରୀ ଫେବ୍ରୁଆରୀ ୮ରେ ଦାର୍ଜିଲିଂ ଏବଂ ଜଳପାଇଗୁଡିରେ ରାଲିକୁ ସମ୍ବୋଧିତ କରିବେ ।