ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଅଗଷ୍ଟ ୫ ପ୍ରସ୍ତାବିତ ଭୂମି ପୂଜାକୁ ରୋକ ଲଗାଇବା ଦାବିରେ ଇଲାହାବାଦ ହାଇକୋର୍ଟରେ ପିଟିସନ୍ ଦାଖଲ କରାଯାଇଛି । ଦିଲ୍ଲୀର ଏକ ସାମ୍ବାଦିକ ହାଇକୋର୍ଟରେ ଭୂମି ପୂଜା ଉପରେ ରୋକ ଲଗାଇବା ପାଇଁ ପିଟିସନ୍ ଦାଖଲ କରିଛନ୍ତି । ଏହି ପିଟିସନ୍ ରେ ରାମମନ୍ଦିର ଭୂମି ପୂଜାକୁ ଅନଲକ୍ ୨ ର ଗାଇଡଲାଇନ୍ ଉଲ୍ଲଂଘନ ବୋଲି କୁହାଯାଇଛି ।
ଦିଲ୍ଲୀର ସାମ୍ବାଦିକ ସାକେତ ଗୋଖଲେ ହାଇକୋର୍ଟର ଚିଫ୍ ଜଷ୍ଟିସଙ୍କୁ ଲେଟର ପିଆଇଏଲ ମାଧ୍ୟମରେ ଏହି ପିଟିସନ୍ ପଠାଇଛନ୍ତି । ଗୋଖଲେଙ୍କ ଦ୍ୱାରା ଦାଖଲ ପିଆଇଏଲ ଅନୁଯାୟୀ ଭୂମି ପୁଜା କୋଭିଡ୧୯ର ଅନଲକ୍ ୨ ଗାଇଡଲାଇନ୍ ଉଲ୍ଲଂଘନ କରିବ ।
ପିଟିସନ୍ ରେ କୁହାଯାଇଛି କି, ଅଯୋଧ୍ୟାରେ ଭୂମି ପୂଜା ବେଳେ ତିନି ଶହ ଲୋକ ଏକତ୍ର ହେବେ ଯାହା କୋଭିଡର ନିୟମ ଉଲ୍ଲଂଘନ ହେବ । ଲେଟର ପିଟିସନ୍ ଜରିଆରେ ଭୂମି ପୂଜା କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବା ପାଇଁ ଦାବି କରାଯାଇଛି । ଜନହିତ ପିଟିସନରେ ଆହୁରି ମଧ୍ୟ କୁହାଯାଇଛି କି, ଏହି କାର୍ଯ୍ୟକ୍ରମ ଦ୍ୱାରା କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ବଢିବ ।