ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଙ୍କଟ ମଧ୍ୟରେ ମହଙ୍ଗା ମାଡ । ଲଗାତର ୭ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଆଜି ପେଟ୍ରୋଲ ଦର ଲିଟର ପିଛା ୫୯ ପଇସା ଏବଂ ଡିଜେଲ ଦର ଲିଟର ପିଛା ୫୮ ପଇସା ବୃଦ୍ଧି ପାଇଛି ।
ସରକାରୀ ତେଲ ଉତ୍ପାଦନ କମ୍ପାନୀର ମୂଲ୍ୟ ଅଧିସୂଚନା ମୁତାବକ,ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୭୪.୫୭ ଟଙ୍କାରୁ ବୃଦ୍ଧି ହୋଇ ୭୫.୧୬ ଟଙ୍କା ହୋଇଥିବା ବେଳେ ଡିଜେଲ ଲିଟର ପିଛା ଦର ୭୨.୮୧ ରୁ ବୃଦ୍ଧି ହୋଇ ୭୩.୩୯ ହୋଇଯାଇଛି । ଏହି ଦର ସାରା ଦେଶରେ ବୃଦ୍ଧି ହୋଇଛି । କିନ୍ତୁ ପ୍ରତ୍ୟେକ ରାଜ୍ୟରେ ଭ୍ୟାଟ ଆଧାରରେ ଦରରେ ଅନ୍ତର ହୋଇପାରେ ।
ତେଲ କମ୍ପାନୀ ଲଗାତର ୮୨ ଦିନ ପର୍ଯ୍ୟନ୍ତ ଦର ସମୀକ୍ଷାକୁ ସ୍ଥଗିତ ରଖିବା ପରେ ପୁଣି ଦର ବୃଦ୍ଧି କରିଛନ୍ତି । ସାତ ଦିନରେ ପେଟ୍ରୋଲ ଲିଟର ପିଛା ଦରରେ ୩.୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ଦରରେ ୪ ଟଙ୍କା ବୃଦ୍ଧି ହୋଇଛି ।