ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ନିର୍ବଚନ ସରିବା ପରେ ପେଟ୍ରୋଲ ଦର ବଢିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗତ ୧ ୯ ତାରିଖ ଶେଷ ପର୍ଯ୍ୟାୟ ନିର୍ବାଚନ ପରଠାରୁ କପ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି । ଗତ ୯ ଦିନ ମଧ୍ୟରେ ପେଟ୍ରୋଲ ୭୪ ପଇସା ବଢିଥିବା ବେଳେ ଡିଜେଲ ୬୮ ପଇସା ବଢିଛି । ଆଉ ସବୁଠାରୁ ବଡ କଥା ହେଉଛି ଗତକାଲି ପେଟ୍ରୋଲ ଦର ୧୪ ପଇସା ବଢିଥିବା ବେଳେ ଆଜି ଏହା ସ୍ଥିର ରହିଛି ।
ଆଜି ଦିଲ୍ଲୀରେ ପେଟ୍ରୋଲ ଦର ୭୧ ଟଙ୍କା ୭୭ ପଇସା ଏବଂ ଡିଜେଲ ୬୬ ଟଙ୍କା ୬୪ ପଇସା ରହିଛି । ସେହିଭଳି ଓଡିଶାରେ ଆଜି ପେଟ୍ରୋଲ ଦର ରହିଛି ୭୦ ଟଙ୍କା ୭୫ ପଇସା ରହିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ତେଲ ଦର ବୃଦ୍ଧି ହେତୁ ଭାରତରେ ଏହାର ପ୍ରଭାବ ପଡୁଛି । ଆଗକୁ ତେଲରେ ୩ ଟଙ୍କା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି ।
ସୂଚନା ଅନୁସାରେ ନିର୍ବାଚନ ବେଳେ ତେଲ ଦର ବଢୁଥିଲେ ସୁଦ୍ଧା ଏହାକୁ ନିୟନ୍ତ୍ରଣ କରି ରଖାଯାଇଥିଲା । ଯାହା ଫଳରେ ଏବେ ଦର ବୃଦ୍ଧି କରିବାକୁ ତେଲ କମ୍ପାନୀ ବାଧ୍ୟ ହେଉଛନ୍ତି । ଏନଜଲ ବ୍ରୋକିଂ ର ଡେପୁଟି ପ୍ରେସିଡେଣ୍ଟ ଅନୁଜ ଗୁପ୍ତା ନିବାଚନ ପରେ ତେଲ ଦର ବଢିବ ବୋଲି ସୂଚନା ଦେଇଥିଲେ । ସେ କହିଥିଲେ କି ନିର୍ବାଚନ ସରିବା ପରେ ପେଟ୍ରୋଲ ଦର ବଢିବ । ଏମିତି କି ଲିଟର ପିଛା ତେଲଦର ୩ରୁ ୪ ଟଙ୍କା ବଢିପାରେ ବୋଲି ଆଶଙ୍କା କରିଥିଲେ ।