ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲଗାତର ଷଷ୍ଠ ଦିନରେ ପୁଣି ହ୍ରାସ ହେଲା ପେଟ୍ରୋଲ ଦର । ଯାହାର ସିଧା ଲାଭ ଉଠାଇବବେ ସାଧାରଣ ଜନତା । ଏବେ ଗ୍ରାହକଙ୍କୁ ଲିଟର ପିଛା ପେଟ୍ରୋଲ ଦରରେ ୫ ପଇସା କମ୍ ଦେବାକୁ ପଡିବ । ମାତ୍ର ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ସୋମବାର ଦିନ ଦେଶର ପ୍ରମୁଖ ସ୍ଥାନରେ ତଥା ଦିଲ୍ଲୀ, କୋଲକାତା , ମୁମ୍ବାଇ ଏବଂ ଚେନ୍ନାଇ ରେ ଏକ ଲିଟର ପେଟ୍ରୋଲ ପିଛା ଦର ୫ ପଇସା ହ୍ରାସ ହୋଇଛି । ଦର ହ୍ରାସ ହେବା ପରେ ନୂଆ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲ ପାଇଁ ଲୋକଙ୍କୁ ୭୪.୬୯ ଟଙ୍କା ଦେବାକୁ ପଡିବ । ସେହିପରି କୋଲକାତାରେ ଏକ ଲିଟର ପେଟ୍ରୋଲ ପିଛା ଦର ୭୭.୩୫ ଟଙ୍କା, ମୁମ୍ବାଇ ଏବଂ ଚେନ୍ନାଇରେ ଏକ ଲିଟର ପେଟ୍ରୋଲ ପିଛା ଦର ୮୦.୩୫ ଟଙ୍କା ଏବଂ ୭୭.୬୫ ଟଙ୍କା ରହିଛି ।
ସୂଚନାଯୋଗ୍ୟ, ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହୋଇଥାଏ । ଏହାପରେ ନୂତନ ଦର ଲାଗୁ ହୁଏ ।