ପୁରୀ(ଏଟିଆର ବ୍ୟୁରୋ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ମାନେ ଆସିଥାନ୍ତି । ସେହିପରି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସୁଦୂର ପାକିସ୍ତାନରୁ ଛୁଟି ଆସିଥିଲେ ହିନ୍ଦୁ ପର୍ଯ୍ୟଟକ । ପାକିସ୍ତାନର କରାଚିର ସିନ୍ଧରୁ ମୋଟ ୧୩୩ ଜଣ ଯାତ୍ରୀ ବିଭିନ୍ନ ଧାମ ଯାତ୍ରା କରିବା ପାଇଁ ଭାରତ ଗସ୍ତରେ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ରୁ ଉଦ୍ଧ୍ୱର୍ ଯାତ୍ରୀ ମାନେ ଗତକାଲି ରାତିରେ ଶ୍ରୀମନ୍ଦିରରେ ମାହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପ୍ରତିବର୍ଷ ନୂଆବର୍ଷ ଉପଲକ୍ଷ ପାକିସ୍ତାନରୁ ବହୁ ହିନ୍ଦୁ ପର୍ଯ୍ୟଟକ ଓଡିଶା ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି । ଓଡିଶା ଇଣ୍ଟର ନ୍ୟାସନାଲ ସେଣ୍ଟର ସହାୟତାରେ ଏହି ପର୍ଯ୍ୟଟକ ମାନେ ଓଡିଶା ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥାନ୍ତି ।
ଚଳିତ ବର୍ଷ ନବବର୍ଷ ଉପଲକ୍ଷ ଶ୍ରୀମନ୍ଦିର ବାହାରେ ହୋଇଥିବା ସାଜସଜ୍ଜାକୁ ଦେଖି ସେମାନେ ବେଶ୍ ଖୁସି ଅଛନ୍ତି ବୋଲି କହିଛନ୍ତି । ସେମାନେ ପାକିସ୍ତାରେ ବେଶ୍ ଖୁସିରେ ଅଛନ୍ତି ,ସୋମାନଙ୍କୁ ପାକିସ୍ତାନ ସରକାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ସୋମାନେ ମତ ରଖିଛନ୍ତି । ସେମାନଙ୍କର ଜୟ ଜଗନ୍ନାଥ ଧ୍ୱନିରେ ବଡଦାଣ୍ଡ କମ୍ପି ଉଠିଥିଲା ।ସେମାନେ ପ୍ରଥମେ ମଥୁରା ଦର୍ଶନ କରି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହା ପରେ ସେମାନେ ହରିଦ୍ୱାର, ବୃନ୍ଦାବନ ଦର୍ଶନ କରି ପାକିସ୍ତାନ ଫୋରି ଯିବେ ବୋଲି ସୂଚନା ମିଳିଛି ।