ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟ୍ରେନ ଯାତ୍ରା ପାଇଁ ଏଣିକି ଅନଲାଇନ ଟିକେଟ ବୁକିଂ ରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଲୱ ପକ୍ଷରୁ ଏକ ନୂତନ ୱେବସାଇଟ ପ୍ରସ୍ତୁତ କରାଯାଇଛି । ଏହି ୱେବସାଇଟ ଦ୍ୱାରା ଗୋଟେ ମିନିଟ୍ ରେ ୧୦ ହଜାର ଟିକେଟ ବୁକିଂ ହୋଇ ପାରିବ । ବର୍ତ୍ତମାନ ଗୋଟେ ମିନିଟ୍ ରେ ୭୫୦୦ ଟିକେଟ ବୁକିଂ ହେଉଛି । ଆଜି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ଏହି ନୂତନ ୱେବସାଇଟ ଲଞ୍ଚ କରିବେ ।
ରେଳମନ୍ତ୍ରୀଙ୍କ କହିବାନୁଯାୟୀ , ଇଣ୍ଡିଆନ ରେଲୱେ କ୍ୟାଟରିଙ୍ଗ ଆଣ୍ଡ ଟୁରିଜିମ୍ କର୍ପୋରେଶନ (ଆଇଆରସିଟିସି) ର ୱେବସାଇଟ ଏବଂ ଆପ ଅପଗ୍ରେଡ ହେବା ଦ୍ୱାରା ପୂର୍ବ ଅପେକ୍ଷା ଅଧିକ ମାତ୍ରାରେ ଯାତ୍ରୀ ଟିକେଟ ବୁକିଂ କରି ପାରିବେ । ଏହି ୱେବସାଇଟ ରେ ଯାତ୍ରୀଙ୍କ ଖାଦ୍ୟ-ପାନୀୟ ସମେତ ଅନ୍ୟ ସୁବିଧା ମଧ୍ୟ ସାମିଲ କରାଯାଇଛି ।
ସୂଚନାଯୋଗ୍ୟ, ଆଇଆରସିଟିସି ୱେବସାଇଟ ଉପରେ ଅଧିକ ଚାପ ପଡୁଥିଲା । ଯେଉଁଥି ପାଇଁ ବାରମ୍ବାର ହ୍ୟାଙ୍ଗ ହୋଇଯାଉଥିଲା । ଜରୁରୀକାଳୀନ ବୁକ୍ିଂ ସାଙ୍ଗକୁ ୱେବସାଇଟ ସ୍ଲୋ ମଧ୍ୟ ହୋଇଯାଉଥିଲା । ଯେଉଁଥି ପାଇଁ ଟିକେଟ ବୁକିଂ ହୋଇ ପାରୁନଥିଲା । ଏବେ ଏହି ସମସ୍ୟାର ସମାଧାନ ବାହାରି ଯାଇଛି । ଯାହାଫଳରେ ସହଜରେ ଅନଲାଇନ ଟିକେଟ ର ବୁକିଂ ସମ୍ଭବ ହୋଇପାରିବ ।