ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପାଇଁ ଏବେ ସାରା ଦେଶ ଚିନ୍ତାରେ । ଏନେଇ ଦେଶ ଲକ୍ ଡାଉନ୍ ବା ତାଲା ବନ୍ଦ ସ୍ଥିତିରେ ପହଁଚିଛି । ବାରମ୍ବାର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ସଚେତନା କରାଯାଉଛି । ଯଦି କାହାର ଜରୁରୀ କାମ ନାହିଁ ତେବେ ଘରୁ ବାହାର ନାହିଁ ବୋଲି ମଧ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି । ଏହାପରେ ବି ଲୋକେ ଏହାକୁ ଗମ୍ଭୀର ଭାବେ ନେଉ ନାହାନ୍ତି । ଘରୁ ବାହାରି ବାହାରେ ବୁଲୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ଏକ ଭିଡିଓ ଜରିଆରେ ଲୋକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଛନ୍ତି ।
ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟରରେ ଏକ ଭିଡିଓ ସେୟାର କରି କହିଛନ୍ତି କି, ଆସନ୍ତୁ ଏହି ମା’ ର ଭାବନାକୁ ଆଦର କରନ୍ତୁ ଏବଂ ଘରେ ରୁହନ୍ତୁ । ସେ ଆମକୁ ସଠିକ୍ ସନ୍ଦେଶ ଦେଉଛନ୍ତି ।
आइए इस मां की भावना का आदर करें और घर में रहें। वो हमें यही संदेश दे रही है। https://t.co/z555vu2qvz
— Narendra Modi (@narendramodi) March 24, 2020
ଅନ୍ୟପଟେ ମୋଦି ରାଜ୍ୟ ସରକାରଙ୍କୁ ବି ଅପିଲ କରି କହିଛନ୍ତି କି, ରାଜ୍ୟରେ ଆଇନ ବ୍ୟବସ୍ଥାକୁ ବଳବତ୍ତର ରଖାଯାଉ ।