ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲି ଫୋନ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଥିବାର ସରକାରୀ ସୂତ୍ରରୁ ସୂଚନା ମିଳିଛି । ଏହି ଅବସରରେ କରୋନା ସ୍ଥିତି ଏବଂ ଚଳିତ ବର୍ଷ ରଥଯାତ୍ରା ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି ।
ଏହାସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବିଷୟରେ ବି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ମହାମହାରୀ କରୋନା ପାଇଁ ରଥ ଯାତ୍ରାକୁ ନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ସୂଚନାଯୋଗ୍ୟ, କରୋନା ସଙ୍କଟ ମଧ୍ୟରେ ଚଳିତ ବର୍ଷ ରଥଯାତ୍ରାକୁ ନେଇ ରାଜ୍ୟ ସରକାର ବିଚାର ବିମର୍ଶ ଆରମ୍ଭ କରିଦେଇଛନ୍ତି । ଏନେଇ ଗତକାଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ମନ୍ଦିର ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ଆଲୋଚନା କରିଥିଲେ । ସେହିପରି ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହ ବି ଆଲୋଚନା କରାଯାଇଛି । କିନ୍ତୁ ସେମାନଙ୍କ ମତ କଣ ରହିଛି ସେନେଇ କୌଣସି ସ୍ପଷ୍ଟିକରଣ ମିଳି ନାହିଁ ।