ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ପୁଣି କରୋନାର ନୂତନ ଷ୍ଟ୍ରେନ ହୁ ହୁ ହୋଇ ବଢିବାରେ ଲାଗିଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚ ସ୍ତରୀୟ ବୈଠକ ଆୟୋଜିତ କରିଛନ୍ତି । ଏହି ବୈଠକରେ କରୋନା ସହ ଜଡିତ ପ୍ରସଙ୍ଗ ଏବଂ ଟୀକାକରଣ ଉପରେ ଚର୍ଚ୍ଚା ହେଉଛି । ଏହି ଅବସରରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ, ସ୍ୱାସ୍ଥ୍ୟ ସଚିବ ଏବଂ ଡକ୍ଟର ବିନୋଦ ପାଲ ମଧ୍ୟ ଉପସ୍ଥିତ ଅଛନ୍ତି ।
ଋବିବାର ଦେଶରେ କରୋନାର ୯୩ ହଜାର ୨୪୯ ନୂତନ ମାମଲା ସାମ୍ନାକୁ ଆସିଛି । ଯାହା ଚଳିତ ବର୍ଷର ଗୋଟେ ଦିନରେ ସର୍ବାଧିକ ମାମଲା । ଏହାସହିତ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇ ୧,୨୪,୮୫,୫୦୯ କୁ ବୃଦ୍ଧି ହୋଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବକ, ସେପ୍ଟମ୍ବର ୧୮ ପରେ ପ୍ରଥମ ଥର ପାଇଁ କରୋନାର ଗୋଟେ ଦିନରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମୁତାବକ, ଲଗାତର ୨୫ ଦିନ ହେବ ସଂକ୍ରମଣ ମାମଲା ବୃଦ୍ଧି ହେବାରେ ଲାଗିଛି । ଦେଶରେ ଏବେ ବି ୬,୯୧,୫୯୭ ଜଣ ଚିକିତ୍ସିତ ହେଉଛନ୍ତି । ଯାହା ସଂକ୍ରମଣର ମୋଟ ମାମଲାର ୫.୫୪ ପ୍ରତିଶତ ।