ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ ୱାଲର୍ଡ ୟୋଥ ସ୍କିଲସ ଡେ “ ଅବସରରେ ହୋଇଥିବା ଡିଜିଟାଲ କନକ୍ଲେଭରେ ଉଦବୋଧନ ଦେଇ ଦେଶବାସୀଙ୍କୁ ସଂଙ୍କଟ ସମୟରେ ଶଶକ୍ତ ରହିବାକୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯୁବ ବୟସର ସବୁଠାରୁ ବଡ ସାମର୍ଥ୍ୟ ହେଉଛି ନୂତନ ଦକ୍ଷତା ହାସଲ କରିବା । ଆମକୁ ସବୁବେଳେ କିଛି ନୂଆ ନୂଆ ଦକ୍ଷତା ହାସଲ କରିବାକୁ ପଡିବ ।
ସାମ୍ପ୍ରତିକ ସମୟରେ ସମୟକୁ ଉପଯୋଗ କରିବା ସହିତ ସମୟର କିଭଳି ସଦୂପଯୋଗ ହୋଇ ପାରିବ ତା ଉପରେ ଗୁରୁତ୍ୱ ଦେବାକୁ ସେ କହିଛନ୍ତି । କେବଳ ଯୁବ ବର୍ଗ ନୁହଁନ୍ତି ଯେ ପ୍ରତ୍ୟକ ବୟସର ଲୋକ ନିଜକୁ ଏଥିରେ ସାମିଲ କରିବାକୁ ପଡିବ । ସେ ଆହୁରି ମଧ୍ୟ କହିଛନ୍ତି ଏବେ କୋଭିଡ ସବୁକିଛି ବଦଳାଇ ଦେଇଛି । ତେଣୁ ନୂଆ ଦକ୍ଷତା ହାସଲ କଲେ ହିଁ ଆମେ ଆତମନିର୍ଭର ଶୀଳ ହୋଇ ପାରିବା ।