କୋଚି (ଏଟିଆର ବ୍ୟୁରୋ): ଲଗାଣ ବର୍ଷା ପ୍ରଭାବରେ କେରଳରେ ବନ୍ୟା ଉଗ୍ର ରୂପ ଧାରଣ କରିଛି । ଚାରି ଆଡେ କେବଳ ପାଣି ହିଁ ପାଣି । କୋଟି କୋଟି ସମ୍ପତି ନଷ୍ଟ ହେବା ସହ ଲକ୍ଷରୁ ଉର୍ଦ୍ଧ ଲୋକ ଫସି ରହିଛନ୍ତି ପାଣି ଘେରରେ । ଏପର୍ଯ୍ୟନ୍ତ ୩୨୪ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଡା ଜାହାଜ ଦ୍ୱାରା ବନ୍ୟା ସ୍ଥିତି ସମୀକ୍ଷା କରିବା ପରେ ୫୦୦ କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି । ଏହା ପୂର୍ବରୁ ଶହେ କୋଟି ଟଙ୍କା ସହାୟତା ପାଇଁ ଘୋଷଣା କରିଥିଲେ।
କେରଳ ବନ୍ୟା ସ୍ଥିତି ସମୀକ୍ଷା କରିବା ବେଳେ ଉଡା ଜାହାଜରେ ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ବିଜୟନ ଏବଂ କେନ୍ଦ୍ରମନ୍ତ୍ରୀ ଅଲଫୋସ୍ ମଧ୍ୟ ଉପସ୍ଥିତ ଥିଲେ । ଏହାପୂର୍ବରୁ ନରେନ୍ଦ୍ର ମୋଦି ,କେରଳର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀଙ୍କ ସହ ଏକ ବୈଠକର ଆୟୋଜନ କରି କେରଳର ସ୍ଥିତି ଉପରେ ଚର୍ଚ୍ଚା କରିଥିଲେ ।
ଖବରମୁତାବକ,ରକ୍ଷା ମନ୍ତ୍ରାଳୟ ପକ୍ଷରୁ କେରଳ ବାସୀଙ୍କୁ ଉଦ୍ଧାର କାର୍ଯ୍ୟ ପାଇଁ ୧୩୦୦ ଲାଇଫ୍ ଜ୍ୟାକେଟ୍, ୫୭୧ ଜଣ ଲାଇଫ୍ ବୟ ଏବଂ ଏକ ହଜାର ରେନକୋର୍ଟ ଦିଆଯାଇଛି । ଏହାସହିତ ୧୩୦୦ ଗମବୁଟ୍,୨୫ ଟା ମୋଟର ଚାଳିତ ବୋର୍ଟ, ୧୫୦୦ ଖାଦ୍ୟ ପୁଡିଆ ଉପଲବ୍ଧ କରାଯାଇଛି ।