ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦ୍ୱିପାକ୍ଷୀୟ ଆଲୋଚନା ଲାଗି ଆବୁଧାବି ରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ସେ କ୍ରାଉନ ପ୍ରିନ୍ସ ଶେଖ ମୁହମ୍ମଦ ବିନ ଜାୟେଦ ଅଲ ନାହୟାନଙ୍କ ସହ ସାକ୍ଷାତ କରିବେ । ଆଜି ତାଙ୍କୁ ୟୁଏଇ ର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯିବ । ଏହି ଅବସରରେ କ୍ଷେତ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ମାମଲାରେ ଆଲୋଚନା ହେବ ବୋଲି ଜଣା ପଡିଛି ।
ସେପଟେ ପ୍ରଧାନମନ୍ତ୍ରୀ ମୋଦି ଆବୁଧାବିରେ ପହଁଚିବାର ଖବର ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ଶହଜାଦେ ଶେଖ ମୋହମ୍ମଦ ବିନ ଜାୟଦ ଙ୍କ ସହିତ ଆଲୋଚନା ହେବ ଏବଂ ଭାରତ ତଥା ୟୁଏଇ ମଧ୍ୟରେ ବନ୍ଧୁତାର ସମସ୍ତ ବିଶେଷତ୍ୱ ଉପରେ ଚର୍ଚ୍ଚା ହେବ । ଏହାସହିତ ଆର୍ଥିକ ସମ୍ବନ୍ଧକୁ ମଜବୁତ କରିବାର ବି ଏଜେଣ୍ଡାରେ ରହିଛି ବୋଲି ସେ କହିଛନ୍ତି ।
Reached Abu Dhabi.
Looking forward to holding talks with His Highness Crown Prince @MohamedBinZayed and discussing the full range of friendship between India and UAE.
Deepening economic relations will also be on the agenda during this visit. pic.twitter.com/gpFmCeulj6
— Narendra Modi (@narendramodi) August 23, 2019
ଖବରମୁତାବକ, ମୋଦିଙ୍କ ତିନି ଦିନିଆ ବିଦେଶ ଗସ୍ତରେ ୟୁଏଇ ର ରାଜଧାନୀ ଆବୁଧାବି ରହିଛି । ସେହିପରି ଅନ୍ୟ ଦୁଇ ଦେଶରେ ଫ୍ରାନ୍ସ ଏବଂ ବହରୀନ ସାମିଲ ଅଛି । ଏନେଇ ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ରବିଶ୍ କୁମାର ଟ୍ୱିଟ୍ କରି କହିଥିଲେ କି ଭାରତ-ଫ୍ରାନ୍ସ ଦ୍ୱିପାକ୍ଷୀୟ ସଂବନ୍ଧ ଆହୁରୀ ମଜବୁତ ହେଉଛି ।