ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ୨୧ ଦିନିଆ ଲକ୍ ଡାଉନ୍ ଶେଷ ଅବସରରେ ଦେଶବାସୀଙ୍କ ସମ୍ବୋଧନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି କହିଛନ୍ତି କି, ଦେଶର ଭଲ ପାଇଁ ଲକ୍ ଡାଉନ୍ ଅବଧିକୁ ୩ ମେ’ ପର୍ଯ୍ୟନ୍ତ ବଢାଯାଉଛି । ପୂର୍ବରୁ ଦେଶବାସୀ ଏହି ଲକ୍ ଡାଉନ କୁ ସମ୍ପୂର୍ଣ୍ଣ ପାଳନ କରିଛନ୍ତି ଏବଂ ଆଶା ରହିଛି ଆଗାକୁ ମଧ୍ୟ ସମସ୍ତେ ନିଜ ନିଜର କର୍ତ୍ତବ୍ୟ ବହନ କରିବେ । ଏହାସହିତ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ୭ ଟି ବଚନ ମାଗିବା ସହ ଏହାକୁ ପାଳନ କରିବା ପାଇଁ କହିଛନ୍ତି । ତେବେ ଆସନ୍ତୁ ଜାଣିବା କଣ ରହିଛି ମୋଦିଙ୍କ ସେହି ୭ ବଚନ…
– ଆପଣଙ୍କ ଘରର ବରିଷ୍ଠ ନାଗରିକଙ୍କ ବିଶେଷ ଧ୍ୟାନ ରଖନ୍ତୁ ।
– ଲକ ଡାଉନ ଏବଂ ସାମାଜିକ ଦୂରତା ଲକ୍ଷ୍ମଣ ରେଖାକୁ ସମ୍ପୂର୍ଣ୍ଣ ଭାବେ ପାଳନ କରନ୍ତୁ ।
– ନିଜର ଇମ୍ୟୁନିଟି ବଢାଇବା ପାଇଁ ଆୟୁଷ ମନ୍ତ୍ରାଳୟ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ପାଳନ କରନ୍ତୁ । ଗରମ, କାଢା ଆଦି ସେବନ କରନ୍ତୁ ।
– କରୋନା ସଂକ୍ରମଣକୁ ବ୍ୟାପିବାରେ ରୋକିବା ପାଇଁ ଆରୋଗ୍ୟ ସେତୁ ମୋବାଇଲ ଆପ୍ ନିହାତି ଭାବେ ଡାଉନଲୋଡ କରନ୍ତୁ ।
– ଯଥାସମ୍ଭବ ଗରିବ ପରିବାରର ଦେଖାରଖା କରନ୍ତୁ ।
– ଆପଣ ଆପଣଙ୍କ ବ୍ୟବସାୟ, ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ପ୍ରତି ସମ୍ବେଦନ ରଖନ୍ତୁ । କାହାକୁ ଚାକିରୀରୁ ବାହାରକୁ ବାହାର କରନ୍ତୁ ନାହିଁ ।
– ଦେଶରେ ନିୟୋଜିତ ଥିବେ କରୋନା ଯୋଦ୍ଧା ଯଥା ଡାକ୍ତର, ନର୍ସ, ପୋଲିସ ଏବଂ ସଫେଇ କର୍ମୀଙ୍କ ସମ୍ମାନ କରନ୍ତୁ ।