ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ୭୩ ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ମୋଦି ତିନି ସେନା ପାଇଁ ଏକ ବଡ ଘୋଷଣା କରିଛନ୍ତି । ତିନି ସେନା ଜଳ,ସ୍ଥଳ ଓ ବାୟୁସେନା ମଧ୍ୟରେ ସାମଞ୍ଜସ୍ୟ ରକ୍ଷା କରିବା ପାଇଁ ଏକ ନୂଆ ପଦ ସୃଷ୍ଟି କରାଯିବ । ଯେଉଁ ମୁଖ୍ୟ ଏହି ତିନି ସେନା ମଧ୍ୟରେ ଉତ୍ତମ ସାମଞ୍ଜସ୍ୟ ରକ୍ଷା କରି ପାରିବେ ।
ତିନି ସେନାକୁ ନେଇ ଜଣେ ପ୍ରମୁଖ ଖୁବ ଶିଘ୍ର ନିଯୁକ୍ତ ହେବେ ବୋଲି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ବର୍ତ୍ତମାନ ଏହି ତିନି ସେନାରେ ତିନିଜଣ ଚିଫ ରହିଛନ୍ତି । ରାଷ୍ଟ୍ରପତି ଏହି ତିନି ସେନାର ମୁଖ୍ୟ ଅଟନ୍ତି । ବର୍ତ୍ତମାନ ଭାରତ ସ୍ଥଳ ସେନାର ପ୍ରମୁଖ ରହିଛନ୍ତି ବପିନ ରାୱତ । ସେହିଭଳି ବାୟୁସେନାର ପ୍ରମୁଖ ରହିଛନ୍ତି ମାର୍ସଲ ବିରେନ୍ଦ୍ର ସିଂ ଧନୋୱା । ନୌସେନାର ମୁଖ୍ୟ ରହିଛନ୍ତି ଏଡମିରଲ କରମବୀର ସିଂ ।