ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାଷ୍ଟ୍ରୀୟ କନ୍ୟା ରତ୍ନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କନ୍ୟାମାନଙ୍କୁ ସଲାମ ଜଣାଇଛନ୍ତି । ସେ ହକିଛନ୍ତି କି ଆଜିର ଦିନ ଶିଶୁ କନ୍ୟା ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଥିବା ଲୋକଙ୍କୁ ସ୍ୱୀକାର କରିବାର ଦିନ ।
ଜାନୁଆରୀ ୨୪ ରେ ଦେଶରେ ପ୍ରତ୍ୟେକ ବର୍ଷ ରାଷ୍ଟ୍ରୀୟ କନ୍ୟା ରତ୍ନ ଦିବସ ପାଳନ କରାଯାଏ । ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ୨୦୦୮ ମସିହାରେ ଏହାର ଶୁଭାରମ୍ଭ କରାଯାଇଥିଲା ।
ମୋଦି ଟ୍ୱିଟ କରି କହିଛନ୍ତି କି, ରାଷ୍ଟ୍ରୀୟ ବାଳିକା ଦିବସ ଅବସରରେ ଆମେ ଆମର ଦେଶର ଝିଅ ଏବଂ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନକୁ ସଲାମ କରୁଛୁ । କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି, ଯାହା ବାଳିକାମାନଙ୍କୁ ସଶକ୍ତ କରିବାରେ ଧ୍ୟାନ କେନ୍ଦ୍ରିତ କରିଥାଏ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଜି ଶିଶୁ କନ୍ୟା ସଶକ୍ତିକରଣ ଦିଗରେ କାର୍ୟ୍ୟ କରୁଥିବା ଏବଂ ସମ୍ମାନ ଏବଂ ସୁଯୋଗର ଜୀବନଯାପନ କରୁଥିବା ସମସ୍ତଙ୍କୁ ବିଶେଷ ପ୍ରଶଂସା କରିବାର ଦିନଟିଏ।