ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱରେ ଏବେ କରୋନାକୁ ନେଇ କରୁଣ ପରିସ୍ଥିତି । ପ୍ରତ୍ୟକ ରାଷ୍ଟ୍ର ଏବେ କରୋନା କବଳରୁ ରକ୍ଷା କରିବା ପାଇଁ ବିଭିନ୍ନ କଟକଣା ଓ ସତର୍କତା ଜାରି କରିଛନ୍ତି । ତେବେ ଏହି ଅବସରରେ ଭାରତରେ ମଧ୍ୟ କେନ୍ଦ୍ର ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି । ତେବେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନାର ସଫଳ ମୁକାବିଲା ପାଇଁ ଉଦବୋଧନ ଦେବେ ।
ଆଜି ଅପରାହ୍ନ ୮ ଟା ବେଳେ ପ୍ରଧାନମନ୍ତ୍ରୀ କରୋନା ସମସ୍ୟା ଓ ପ୍ରତିକାର କିଭଳି କରାଯାଇ ପାରିବ ସେନେଇ ଉଦବୋଧନ ଦେବେ । ଏନେଇ ଗତକାଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । କରୋନାର ପ୍ରତିକାର ନେଇ ଗତକାଲି ପ୍ରଧାନମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ । ମୋଦି ଏହି ଭାଇରସକୁ ନେଇ ସଫଳଭାବେ କାର୍ଯ୍ୟ କରୁଥିବା ରାଜ୍ୟ ସରକାର ଓ ଡାକ୍ତରୀ କର୍ମଚାରୀ , ଅଧିକାରୀ ଓ ଯବାନ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।