ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭର୍ଚୁଆଲ ମାଧ୍ୟମରେ ବାରଣାସୀର ବିଭିନ୍ନ ବିକାସ ପରିଯୋଜନାର ଶିଳାନ୍ୟାସ କରିବେ । ସେହିପରି ଏହି ଆୟୋଜନରେ ଭିିଡିଓ କନଫରେନସିଙ୍ଗ ଜରିଆରେ ସାମିଲ ହେବେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ସୂଚନା ଦେଇ ଜଣେ ସରକାରୀ ପ୍ରବକ୍ତା କହିଛନ୍ତି କି,ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ୬୦୦ କୋଟି ଟଙ୍କାରୁ ଅଧିକ ୩୦ ବିକାଶ ପରିଯୋଜନାର ଶିଳାନ୍ୟାସ ଏବଂ ଲୋକାର୍ପଣ କରାଯିବ ।
ଲୋକାର୍ପିତ ହେବାକୁ ଥିବା ପରିଯୋଜନାରେ ନଗର ବିକାଶ ବିଭାଗର ୩ ପରିଯୋଜନା, ପର୍ଯ୍ୟଟନ ବିଭାଗର ୨ ଟି ପରିଯୋଜନା, ଲୋକ ନିର୍ମାଣ ବିଭାଗର ୨ ଟି ପରିଯୋଜନା, ଶକ୍ତି, ଗୃହ, ସ୍ୱାସ୍ଥ୍ୟ ଏବଂ ଚିକିତ୍ସା, କୃଷି, ଖେଳ, ସହକାରିତା, ମହିଳା ଏବଂ ଶିଶୁ ବିକାଶ ତଥା ପଞ୍ଚାୟତିରାଜ ବିଭାଗର ଗୋଟେ-ଗୋଟ ପରିଯୋଜନା ଏବଂ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ର ଗୋଟେ ପରିଯୋଜନା ସମ୍ମିଳିତ ଅଛି ।