ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତ ମାସରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଥରେ ନୁହେଁ ବରଂ ଦୁଇ ଦୁଇ ଥର ସାକ୍ଷାତକାର ରହିଛି । ଏନେଇ ଆମେରିକାରେ ଭାରତର ଶୀର୍ଷ ରାଜଦୁତଙ୍କ ଠାରୁ ଜାଣିବାକୁ ମିଳିଛି ।
ଆମେରିକାରେ ଭାରତର ରାଜଦୁତ ହର୍ଷବର୍ଦ୍ଧନ ଶୃଙ୍ଗାଳ ୱାସିଙ୍ଗଟନ ଲୋକଙ୍କୁ ବୁଧବାର ଦିନ କହିଛନ୍ତି କି , ଏହି ସପ୍ତାହର ଶେଷରେ ଯେତେବେଳେ ମୋଦି ଆମେରିକାରେ ପହଁଚିବେ ସେହି ସମୟରେ ଟ୍ରମ୍ପଙ୍କ ସହିତ ଦୁଇଥର ସାକ୍ଷାତ କରିବେ । ଇତି ମଧ୍ୟରେ ଏଇ କିଛି ମାସ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ୪ଥର ସାକ୍ଷାତ କରିବାର ଯୋଜନା ରହିଛି ।
ଶନିବାର ଦିନ ୱାସିଙ୍ଗଟନରେ ପହଁଚିବେ ମୋଦି । ଗୋଟେ ଦିନ ପରେ ମୋଦିଙ୍କ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଯୋଗ ଦେବେ ଟ୍ରମ୍ପ । ଏହି କାର୍ଯ୍ୟକ୍ରମରେ ଭାରତ ଏବଂ ଆମେରିକାର ୫୦ ହଜାର ଲୋକ ସାମିଲ ହେବେ ।
ଏହାପରେ ଆଗାମୀ ସପ୍ତାହରେ ସଂଯୁକ୍ତ ରାଷ୍ଟ୍ର ମହାସଭା ସର୍ତ୍ତ ଅବସରରେ ନ୍ୟୁୟର୍କରେ ଦୁଇ ନେତାଙ୍କ ମଧ୍ୟରେ ଭେଟ ହେବ । ଏହା ପ୍ରଥମ ଥର ଯାହା ଚାରି ମାସ ଅନ୍ତରାଳରେ ମୋଦି ଏବଂ ଟ୍ରମ୍ପଙ୍କ ମଧ୍ୟରେ ଚାରି ଥର ବୈଠକ ହେବ ।